ଗୁଣପୁର,୨୦ା୧(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁର ଗୁଣପୁର ଷ୍ଟେଶନ ରୋଡ୍ ଛକ ରାସ୍ତାପାର୍ଶ୍ୱରେ ଜଣେ ବୃଦ୍ଧ ଦୀର୍ଘଦିନ ଧରି ଶୀତରେ ଅସହାୟ ଅବସ୍ଥାରେ ପଡ଼ି ରହିଛନ୍ତି। ହେଲେ ତାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ ପାଇଁ କାହାର ନଜର ପଡ଼ୁନାହିଁ। ଏ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଉଦ୍ବେଗ ପ୍ରକାଶ କରିଛନ୍ତି।
ଷ୍ଟେଶନ ଛକ ଅଞ୍ଚଳର ଜନଗହଳିପୂର୍ଣ୍ଣ। ଏହି ରାସ୍ତାରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପୋଲିସ, ସାମାଜିକକର୍ମୀ ଏବଂ ରାଜନେତା ଯାତାୟାତ କରୁଛନ୍ତି। ହେଲେ ବୃଦ୍ଧଙ୍କ ଉପରେ କାହାର ନଜର ପଡ଼ୁନାହିଁ। ସରକାର ବିଭିନ୍ନ ଯୋଜନା କରୁ୍ଥିଲେ ମଧ୍ୟ ଏଠାରେ ପ୍ରଶାସନ ବୃଦ୍ଧଙ୍କୁ ଉଦ୍ଧାର କରି ଥଇଥାନ କରିବା ଦିଗରେ ପଦକ୍ଷେପ ନିଆଯାଇ ପାରୁନାହିଁ। ପ୍ରବଳ ଶୀତ ଅନୁଭୂତ ହେଉଥିବାବେଳେ ଅପନ୍ତରିଆ ରାସ୍ତାରେ ଜଣେ ବୃଦ୍ଧ କଷ୍ଟରେ ପଡ଼ି ରହିଛନ୍ତି। ରାସ୍ତାରେ ଘୋଷାରି ହୋଇ ଚାଲୁଥିବାବେଳେ ଦୁଇବେଳା ଖାଇବାକୁ ଏବଂ ପିନ୍ଧିବାକୁ ଭଲ ପୋଷାକ ଖଣ୍ଡିଆ ମଧ୍ୟ ମିଳୁନାହିଁ। ରସ୍ତାରେ ଯାଉଥିବା ଲୋକେ କେହି ଖାଇବାକୁ ଦେଲେ ସେ ଖାଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ବୃଦ୍ଧଙ୍କୁ ସୁରକ୍ଷିତ ସ୍ଥାନରେ ନେଇ ରଖିବାକୁ ମତପ୍ରକାଶ ପାଇଛି।