୭୦ ବର୍ଷୀୟା ବୃଦ୍ଧା ମାଆକୁ ଘରୁ ବାହାର କରିଦେଲେ ପୁଅ, ବୋହୂ

ପୁରୀ ଅଫିସ,୮ା୧୧: ପାରିବାରିକ କଳହ ଏବେ ଭୟଙ୍କର ରୂପ ନେଉଛି। ଅନେକ ସମୟରେ ନିଜ ଜନ୍ମ କଲା ମାଆକୁ ବି ପୁଅ ହତାଦାର କରୁଛନ୍ତି। ଶନିବାର ପୁରୀରେ ଏମିତି ଏକ ଘଟଣା ନଜରକୁ ଆସିଛି। ବୃଦ୍ଧା ରୋଗଣା ମାଆକୁ ସ୍ତ୍ରୀ ସହିତ ମିଶି ଘରୁ ତଡ଼ିଦେଇଛି ପୁଅ।

ମିଳିଥିବା ସୂଚନା ଅନୁଯାୟୀ, ମାଟିଆପଡ଼ା ଅଞ୍ଚଳରେ ଜଣେ ୭୦ ବର୍ଷୀୟା ବୃଦ୍ଧା ଘରୋଇ ନିର୍ଯାତନାର ଶିକାର ହୋଇଛନ୍ତି। ମଧୁମେହ ଓ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଏହି ବୃଦ୍ଧାଙ୍କର ଦୁଇଝିଅ ଓ ପୁଅ ଅଛନ୍ତି। ଦୁଇଝିଅ ବିବାହ କରିସାରିଥିବାବେଳେ ସେ ନିଜ ଘରେ ସ୍ବାମୀ ଓ ପୁଅବୋହୂଙ୍କ ସହ ରହୁଛନ୍ତି। ଅଭାବୀ ସଂସାର ଭିତରେ ପୁଅ କିପରି ଭଲରେ ରହିବ ସେଥିପାଇଁ ସବୁବେଳେ ମାଆ ଚେଷ୍ଟା କରିଆସୁଥିଲେ। ହେଲେ ଗତବର୍ଷ ପୁଅ ବାହା ହେଲା ପରେ ସମ୍ପୂର୍ଣ୍ଣ ବଦଳିଯାଇଥିଲେ। ମାଆକୁ ଠିକ୍‌ ଭାବେ ଖାଇବାକୁ ନ ଦେଇ ଘର ଛାଡି ଚାଲିଯିବାକୁ ପୁଅ କହୁଥିବାବେଳେ ମାଆର ଏପରି ଅବସ୍ଥା ଦେଖି ଦୁଇଝିଅ ଘରକୁ ଆସିଲେ ଭାଇ ଭାଉଜ ସେମାନଙ୍କୁ ବାରଣ କରୁଛନ୍ତି। ପ୍ରତିବାଦ କଲେ ମିଥ୍ୟା ମାମଲା କରିବାକୁ ପାଇଁ ଭାଉଜ ଧମକ ଦେଉଛନ୍ତି। ତେବେ ଶନିବାର ମାଆକୁ ପୁଅବୋହୂ ଧକ୍କା ମାରି ଘର ବାହାରକୁ ନେଇଯାଇଥିଲେ। ଖବର ପାଇ ଦୁଇଝିଅ ପହଞ୍ଚତ୍ ମାଆକୁ ଉଦ୍ଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଳଦ୍ୱୀପରେ ଫସିଛନ୍ତି ଖଲ୍ଲିକୋଟର ୧୧ ଶ୍ରମିକ

ଛତ୍ରପୁର,୨୪ା୧୨ (ଦିଲୀପ ସାମଲ):ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକର ୧୧ ଜଣ ଦାଦନ ଶ୍ରମିକ ପେଟ ପୋଷିବା ପାଇଁ ସୁଦୂର ମାଳଦ୍ୱୀପକୁ ଯାଇ ସେଠାରେ ଫସିି ରହିଛନ୍ତି।...

କୋହଲା ପାଗ କପା ଚାଷୀ ପାଇଁ କାଳ

ଭବାନୀପାଟଣା, ୨୪ା୧୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି କପାର ବିଶେଷତ୍ୱ ହେଲା ଏହା ଦୀର୍ଘ, ତନ୍ତୁଜାତୀୟ ଓ ଶକ୍ତ। ବର୍ତ୍ତମାନ ଖରାପ ପାଗ ସାଙ୍ଗକୁ ଝିପିଝିପି ବର୍ଷା...

ଗଭୀର ନଳକୂପକୁ ହେଉନି ବିଦ୍ୟୁତ୍‌ ସଂଯୋଗ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ଯୋଗାଇବାକୁ ଉଠାଜଳସେଚନ ପ୍ରକଳ୍ପ ଯୋଜନାରେ ଗଭୀର ନଳକୂପ ଖୋଳାଯାଇଛି। ମାତ୍ର ଜିଲାର ଅନେକ ସ୍ଥାନରେ ଖୋଳାଯାଇଥିବା...

୩୩ ଦିନ ଚାଲିବ ରେଡ୍‌ ଡ୍ରପ୍‌ ମାରାଥନ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ସ୍ବେଚ୍ଛାସେବୀ ସଙ୍ଗଠନ ନିଷ୍ଠା ପରିବାର ପକ୍ଷରୁ ୨୦୨୫ ଜାନୁୟାରୀ ୧ତାରିଖରୁ ଫେବୃୟାରୀ ୨ତାରିଖ ପର୍ଯ୍ୟନ୍ତ ୩୩ ଦିନ ଧରି ରେଡ୍‌ ଡ୍ରପ୍‌ ମାରାଥନ୍‌...

ଦେଶ ବିକାଶରେ ପାରାଦୀପ ହେଉଛି ମାଧ୍ୟମ: ଧର୍ମେନ୍ଦ୍ର

ପାରାଦୀପ, ୨୪।୧୨(ଶରତ ରାଉତ):ପୂର୍ବୋଦୟରୁ ଭାରତର ବିକାଶ ହେବ। ଏହାର ପ୍ରକୃଷ୍ଟ ସ୍ଥାନ ହେଉଛି ପାରାଦୀପ। ରାଜ୍ୟ ଓ ଦେଶ ବିକାଶରେ ପାରାଦୀପ ହେଉଛି ମାଧ୍ୟମ। ବିଶ୍ୱ...

ଭାଙ୍ଗିଲା କଲେଜ ପରିଚାଳନା କମିଟି

ଭୁବନେଶ୍ୱର,୨୪।୧୨(ସୁଚିସ୍ମିତା ସାହୁ): ରାଜ୍ୟ ସରକାର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ନିଂ ବଡି ବା ପରିଚାଳନା କମିଟିକୁ ଭାଙ୍ଗି ଦେଇଛନ୍ତି। ଏନେଇ ବିଜ୍ଞପ୍ତି ଜାରି...

ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଓଡ଼ିଶାରେ ଆୟୋଜନ ହେବାକୁ ଥିବା ‘ପ୍ରବାସୀ ଭାରତୀୟ ଦିବସ’ ଏବଂ...

ଛାତ୍ରୀ ନିବାସରୁ ରାସନ ସାମଗ୍ରୀ ବୋଝେଇ ଗାଡି ଅଟକ: ପ୍ରଧାନ ଶିକ୍ଷକଙ୍କୁ ଘେରିଗଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୩ା୧୨(ଦୁର୍ଗା କୀର୍ତ୍ତି): ଛାତ୍ରୀ ନିବାସ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ରାସନ ସାମଗ୍ରୀ ନେଇ ଚମ୍ପଟ ମାରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ଗାଡିକୁ ଅଟକ ରଖାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri