ପୁରୁଣାଙ୍କୁ ଟକ୍କର ଦେଉଛନ୍ତି ନୂଆ

ବାହାନଗା, ୧୦ା୨(ଡି.ଏନ.ଏ.) ବାହାନଗା ବ୍ଲକର ପ୍ରମୁଖ ପଞ୍ଚାୟତ ବରିପଦାରେ ଚଳିତବର୍ଷ ତ୍ରିମୁଖୀ ଲଢେଇ ହେଉଛି। ଏଥିରେ ପୁରୁଣାକୁ ଟକ୍କର ଦେଉଛନ୍ତି ନୂଆମୁହଁ। ତେବେ ବିଜେଡି ସମର୍ଥନରେ ପ୍ରାଣୀ ଡାକ୍ତରଖାନାର ଜଣେ ଅବସରପ୍ରାପ୍ତ କର୍ମଚାରୀ ମହେଶ୍ୱର ମାଝି ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ା ସେ ପୂର୍ବରୁ ପ୍ରାଣୀମାନଙ୍କର ଚିକିତ୍ସା କରୁଥିଲେ। ଅବସର ପରେ ସେ ଜନସେବା କରିବାକୁ ଆଗେଇ ଆସିଛନ୍ତି। ତାଙ୍କ ବିରୋଧରେ ଭାଜପା ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସୂର୍ଯ୍ୟକାନ୍ତ ମାଝି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କୌଣସି ଦଳର ସମର୍ଥନ ନ ନେଇ ଏକାକୀ ଲଢୁଥିବା ବାବୁରାମ ମାଝିଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବାର ପଥ ପରିଷ୍କାର ହୋଇଛି। ତେବେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା, ଜିଲାପରିଷଦ ପ୍ରାର୍ଥୀଙ୍କ ସହିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି। ମହେଶ୍ୱର ମାଝି ପ୍ରଚାର ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ଏହି ପଞ୍ଚାୟତ ୧୬ ୱାର୍ଡକୁ ନେଇ ଗଠିତ। ଏଥିରେ ୭ ହଜାର ୧ଶହ ୭୪ ଜଣ ଭୋଟର ଅଛନ୍ତି।