ହରଭଙ୍ଗା,୧୦।୯(ଡି.ଏନ.ଏ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଆଡେଣିଗଡସ୍ଥିତ ପୁରୁଣା ଆର୍ଆଇ ଅଫିସକୁ ବୁଧବାର ରାତିରେ ଏକ ଥଣ୍ଡା ବୋଝେଇ ଆଇଚର୍ ଧକ୍ଳା ଦେଇଥିବା ଜଣାପଡିଛି। ପ୍ରକାଶ ଯେ ଭୁବନେଶ୍ବରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବାବେଳେ (ଓଡି୦୨ବି ଏଫ୬୮୭୭ ) ଭାରସାମ୍ୟ ହରାଇ ଗାଡିଟି ଜାତିୟ ରାଜପଥ କଡରେ ଥିବା ପରୁଣା ଆର୍ଆଇ ଅଫିସକୁ ଧକ୍ଳା ଦେଇଥିଲା। ଫଳରେ ଗାଡିର ଡ୍ରାଇଭର୍ ଓ ହେଲପର ଅଳ୍ପେକେ ବର୍ତ୍ତି ଯାଇଥିବାବେଳେ ସ୍ଥାନୀୟ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ ଦୁର୍ଘଟଣାର ତଦନ୍ତ କରୁଥିବା ଜଣାପଡିଛି।