ସତ୍ୟବାଦୀ ହାଇସ୍କୁଲର ପୁରୁଣା ଛାତଘର ଭଙ୍ଗାଯିବ

ସାକ୍ଷୀଗୋପାଳ,୧୦। ୮(ପ୍ରଶାନ୍ତ ବାରିକ/କିଶୋର ମହାପାତ୍ର)ବନ ବିଦ୍ୟାଳୟର ଗାରିମା ବହନ କରୁଥିବା ଐତିହାସିକ ସତ୍ୟବାଦୀ ହାଇସ୍କୁଲର ପୁରାତନ ଛାତ ଘରକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ପୁଣିଥରେ ନିର୍ମାଣ କରାଯିବ। ନିକଟରେ ୫-ଟି ଯୋଜନାରେ ସତ୍ୟବାଦୀ ହାଇସ୍କୁଲ ରୂପାନ୍ତରିତ ହୋଇଥିଲା। ହେଲେ ନବୀକରଣ ର କିଛି ମାସ ପରେ ଉକ୍ତ ସ୍କୁଲର ପ୍ରତ୍ୟେକ ରୁମର ଛାତରୁ ବାରମ୍ବାର ପ୍ଲାଷ୍ଟର ଖସିବା ସହ ସିଲିଂ ଓ କେତେକ ସ୍ଥାନରେ କାନ୍ଥ ଫାଟିଛି ତ ପୁଣି ଉପଯୁକ୍ତ ଝରକା କବାଟ ନଥିବାରୁ ଶ୍ରେଣୀ ଗୃହ ସମେତ ଅଫିସ କାର୍ଯ୍ୟାଳୟରେ ସାପ ପଶୁଥିବାର ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ଅଭିଯୋଗ କରିଥିଲେ। ଏହି ସବୁ ସମସ୍ୟାକୁ ନେଇ ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରୀଛାତ୍ର ଭୟରେ ରହୁଥିଲେ। ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ବୁଧବାର ବିଧାୟକ ଉମାକାନ୍ତ ସାମନ୍ତରାୟ, ଉପଜିଲାପାଳ ଭବତାରଣ ସାହୁଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଶଶୀଭୂଷଣ ମହାନ୍ତି, ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡିଓ ଲୋଚନ ଦାସ ପ୍ରମୁଖଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ବୁଧବାର ସ୍କୁଲରେ ପହଞ୍ଚି ୫-ଟିରେ ନବୀକରଣ କରାଯାଇଥିବା ସମସ୍ତ ନିର୍ମାଣ କାର୍ଯ୍ୟ ଓ ବିଲ୍ଡିଂର ଛାତକୁ ଦେଖିଥିଲେ। ପରେ ଏ ସମସ୍ୟାକୁ ଗମ୍ଭୀରତାର ସହ ନେଇ ସ୍କୁଲର କାର୍ଯ୍ୟାଳୟରେ ଦୀର୍ଘ ସମୟ ବିଚାର ବିମର୍ଷ କରାଯିବା ପରେ ପୁରା ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ବର୍ତ୍ତମାନର ବିଦ୍ୟାଳୟ ଢାଞ୍ଚାରେ ଏକ ନୂତନ ବିଦ୍ୟାଳୟ ଛାତ ଘର ନିର୍ମାଣ କରିବା ପାଇଁ ଜିଲାପାଳ, ବିଧାୟକ ଓ ଉପସ୍ଥିତ ଅଧିକାରୀ ସ୍ଥାନ ନିରୂପଣ କରିଥିଲେ। ସ୍କୁଲର ଛାତ ଘର ଭଙ୍ଗାଯିବା ସମୟରେ ସ୍କୁଲର ପୁରାତନ ଆଜବେଷ୍ଟସ ଘରେ ପାଠ୍ୟଦାନ ଚାଲିବ। ଶୀଘ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ପାଇଁ ଏଷ୍ଟିମେଟ ରିପୋର୍ଟ ଜିଲା ପ୍ରଶାସନକୁ ଦିଆଯିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଧାୟକ ଓ ଉପଜିଲାପାଳ ପ୍ରକାଶ କରିଥିଲେ। ଏହି କାର୍ଯ୍ୟ ଅତି ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଆଲୋଚନା ସମୟରେ ସତ୍ୟବାଦୀ ହାଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ଶିକ୍ଷକ ବସନ୍ତ ସ୍ବାଇଁ ଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ , ସ୍କୁଲୁ ପରିଚାଳନା କମିଟିର ସଭାପତି ଚକ୍ରଧର ମହାରଣା, ପୂର୍ବତନ ଛାତ୍ର ସଂସଦ ସଭ୍ୟ ବିଜୟ ନନ୍ଦ, ଲୋନୁ ମହାପାତ୍ର, ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍କୁଲୁ ସମସ୍ୟାକୁ ଉପସ୍ଥିତ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ସ୍କୁଲ କମିଟି ସଭାପତି ଆସନ୍ତା ୧୬ ତାରିଖରେ ୫-ଟି ସଚିବଙ୍କ ସାକ୍ଷୀଗୋପାଳ ଗସ୍ତ ସମୟରେ ଏହି ଐତିହାସିକ ସ୍କୁଲକୁ ସଚିବ ପରିଦର୍ଶନ ପାଇଁ ଏକ ଅନୁରୋଧ ପତ୍ର ଉପଜିଲାପାଳଙ୍କୁ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିର ତତ୍କାଳୀନ ଜିଲାପାଳଙ୍କ PA ଆତ୍ମହତ୍ୟା ମାମଲା: ଆଗୁଆ ଜାମିନ ଆବେଦନ ଖାରଜ

କଟକ,୨୫ା୪(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ୍‌): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନିଷ ଅଗ୍ରୱାଲଙ୍କ ଅଡୁଆ ବଢ଼ିଛି। ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ...

ଖରା, ଗୁଳୁଗୁଳି ପରେ କାଳବୈଶାଖୀ ଭୟ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା)- ଆସନ୍ତା ୨ଦିନ ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମାତ୍ର...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

ନୂଆପଡ଼ା,୨୫ା୪ (ମକାରୁ ବେମାଲ): ନୂଆପଡ଼ା ଜିଲାର ଜଣେ ମହିଳା ଶ୍ରମିକ ଇଟା ତିଆରି କରିବାକୁ ହାଇଦ୍ରାବାଦ ଯାଇ ସେଠାରେ ମୃତ୍ୟୁବରଣ କରିବା ପରେ ମୃତଦେହ ଘରକୁ...

କାମୁଡ଼ିଦେଲା ପୋଷା କୁକୁର, ଦୁଇ ପରିବାର ଭିତରେ ମାର୍‌ପିଟ୍‌ ହୋଇ ୫ ଆହତ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପୋଷା କୁକୁର କାମୁଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ...

ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ...

ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର...

ପହଲଗାମ ଆତଙ୍କବାଦୀ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଦାବି କଲା ବରଗଡ଼ ହିନ୍ଦୁ ଏକତା ମଞ୍ଚ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ) – ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ଉକ୍ତ ଆତଙ୍କବାଦୀ ଆକ୍ରମଣ ପଛରେ ରହିଥିବା...

Blast In Pakistan: ପାକିସ୍ତାନରେ ବଡ଼ ବିସ୍ଫୋରଣ: ବହୁ ଯବାନ ଶହୀଦ

ଇସଲାମବାଦ,୨୫।୪: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରର ମାର୍ଗେଟ ଅଞ୍ଚଳରେ ଶୁକ୍ରବାର ଏକ ଆଇଇଡି (ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ) ବିସ୍ଫୋରଣରେ ଫ୍ରଣ୍ଟିୟର କନଷ୍ଟାବୁଲାରୀ (ଏଫସି)ର ୪...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image