ଅନୁଗୋଳ ଅଫିସ, ୧୪।୯: ଅନୁଗୋଳ ସହର ନିକଟରେ ଥିବା ହୁଲୁରସିଂହା ବଢ଼ି ପାଣି ମଝିରେ ଜଣେ ବୃଦ୍ଧା ଫସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକ ନାଳ ମଝିରେ ଥିବା ଏକ ପଥରରେ ଅଟକି ରହିଲେ।
ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଜଣେ ବୃଦ୍ଧା ନାଳକୁ ଯାଇଥିବା ବେଳେ ବର୍ଷା ପାଣି ମାଡି ଆସିଥିଲା। ବୃଦ୍ଧା ଜଣଙ୍କ ଏକ ପଥର ଉପରକୁ ଚଢି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ସାହସ ବାନ୍ଧି ପହଁରି ବୃଦ୍ଧାଙ୍କ ପାଖରେ ପହଞ୍ଚିଥିଲେ । ହେଲେ ସେ ମଧ୍ୟ ଫସି ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।