ପୂର୍ବାହ୍ନରେ ଜୀବିତ ଥିଲେ ବୃଦ୍ଧା, ଅପରାହ୍ନରେ ଚାଲିଗଲେ ଆରପାରିକୁ

ପଟ୍ଟାଙ୍ଗି,୨୦ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବସ୍‌ଷ୍ଟାଣ୍ଡ ଉପରେ ରହିଥିବା ରାଜସ୍ବ ନିରୀକ୍ଷକ(ଆର୍‌ଆଇ) କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଅଜଣା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ମୃତ ବୃଦ୍ଧା ଜଣକ ବୁଧବାରଠାରୁ ଆଜି ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଜୀବିତ ରହିଥିଲେ। କିଛି ଯୁବକ ମୃତ ବୃଦ୍ଧାଙ୍କ ନିକଟରେ ପହଞ୍ଚି କଥାବାର୍ତ୍ତା ହୋଇ ବୃଦ୍ଧା ମା’ ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କୁ ତାଙ୍କ ନିଜ ଗ୍ରାମକୁ ପଠାଇବା ପାଇଁ ବ୍ୟବସ୍ଥା କରିବା ନିମନ୍ତେ ପ୍ରସ୍ତୁତି ହେଉଥିବା ବେଳେ ବୃଦ୍ଧା ମା’ ଜଣକ ଆରପାରିକୁ ଚାଲିଯିବା ଦୃଶ୍ୟ ବସଷ୍ଟାଣ୍ଡରେ ଥିବା ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ପଟ୍ଟାଙ୍ଗି ସରପଞ୍ଚ ଆଲମେ ଫୁଲ ଖବର ପାଇ ପୋଲିସକୁ ଜଣାଇବା ପରେ ସ୍ଥାନୀୟ ଥାନାଧିକାରୀ ଚତୁର୍ଭୁଜ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ଆଇ ମାଧବ ତାଡିଙ୍ଗି ଘଟଣାସ୍ଥଳରେ ପହଞ୍ଚି ମୃତ ବୃଦ୍ଧାଙ୍କ
ମୃତଦେହ ଜବତ କରି ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ଘେରାଉ ପାଇଁ କଂଗ୍ରେସର ପ୍ରସ୍ତୁତି

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ) – ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ୨୭ତାରିଖ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବରଗଡ଼ ଜିଲା କଂଗ୍ରେସ କମିଟି ପକ୍ଷରୁ...

ବୋରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

କେସିଙ୍ଗା,୨୩। ୩(ତୁମେଶର ସାହୁ): କେସିଙ୍ଗା ବ୍ଲକ୍‌ର ବୋରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ...

ନିଜ ଲଢ଼େଇ, ନିଜେ ଲଢ଼ିବେ: ଆତ୍ମରକ୍ଷା ତାଲିମ…

କେସିଙ୍ଗା, ୨୩ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନୁ କୁମାର ପାଢ଼ୀଙ୍କ...

ବିପୁଳ ପରିମାଣରେ ଦେଶୀ, ବିଦେଶୀ ମଦ ଜବତ ଜବତ: ୨ ଗିରଫ

କୋକସରା,୨୩।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ୨୬ ନମ୍ବର ଜାତୀୟ ରାଜପଥ ବୋବରିଆ ଛକରେ ଥିବା ଏକ ଢ଼ାବା ଓ କାଉଡୋଳା ଗ୍ରାମରେ...

ସିପିଆଇ ଜୋନାଲ କମିଟିର ଆଲୋଚନା ସଭା

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ସିପିଆଇ ବଡ଼ଖେମୁଣ୍ଡି ଜୋନାଲ କମିଟିର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ସିପିଆଇ କାର୍ଯ୍ୟଳୟରେ ଆୟୋଜିତ...

କୋର୍ଟରୁ ବାହାରିବାବେଳେ ଯୁବକଙ୍କୁ ଅପହରଣ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ କୋର୍ଟ ସମ୍ମୁଖରୁ ଶୁକ୍ରବାର ଦ୍ୱିପ୍ରହରରେ ଝାରସୁଗୁଡ଼ାର ନିରଞ୍ଜନ ସୁନାଙ୍କୁ ଅପହରଣ କରି ମାରପିଟ୍‌ କରିବା ପରେ ବିଳମ୍ବିତ ରାତିରେ ଥାନାରେ ଛାଡ଼ି...

କାଳ ସାଜିଲା କାଳବୈଶାଖି, ସ୍କୁଲରେ ଆଶ୍ରୟ ନେଲେ କ୍ଷତିଗ୍ରସ୍ତ

ଦେବଗଡ଼ ,୨୩।୩(ଶଶାଙ୍କ ଶେଖର ଝାଙ୍କର): କାଳ ସାଜିଲା କାଳବୈଶାଖି । କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି । କ୍ଷତିଗ୍ରସ୍ତ ଲୋକଙ୍କୁ ଗାଁ ସ୍କୁଲରେ ଆଶ୍ରୟ ଦେଲା...

ମୁଁହ ଖୋଲିଲେ ଚାଞ୍ଚେର ଓ ଉତ୍କେଲା ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖା

କେସିଙ୍ଗା,୨୩।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ଚାଞ୍ଚେର ଓ ଉତକେଲା ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୁ ଶିଖାଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image