Categories: ଫୁରସତ

ବିଶ୍ୱର ସବୁଠୁ ବୟସ୍କ କଇଁଛ

ନୂଆଦିଲ୍ଲୀ: କଇଁଛ ସାଧାରଣତଃ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବାବେଳେ କିଛି ପ୍ରଜାତିର କଇଁଛ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ବାର ସମ୍ଭାବନା ରହିଛି। ଜୋନାଥନ ନାମକ ଏକ କଇଁଛ ବିଶ୍ୱର ସବୁଠୁ ବୟସ୍କ କଇଁଛ ଭାବେ ଜଣାଶୁଣା। ଏହି କଇଁଛ ଆଟ୍‌ଲାଣ୍ଟିକ୍‌ ମହାସାଗରର ସେଣ୍ଟ ହେଲେନା ଦ୍ୱୀପରେ ରହିଥାଏ। ଏହାକୁ ପ୍ରଥମ ଥର ପାଇଁ ୧୮୮୨ରେ ସେଚେଲ୍‌ସରୁ ହେଲେନାକୁ ଅଣାଯାଇଥିଲା, ସେତେବେଳେ ଜୋନାଥନକୁ ୫୦ ବର୍ଷ ହୋଇଥିଲା। ଗିନିଜ୍‌ ୱାଲର୍‌ଡ ରେକର୍ଡ ମୁତାବକ, ଜୋନାଥନର ଜନ୍ମ ୧୮୩୨ରେ ହୋଇଥିଲା। ଗିନିଜ୍‌ ୱାଲର୍‌ଡ ରେକର୍ଡ ଏବେ ତା’ର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛି। ଏବେ ଜୋନାଥନକୁ ୧୯୧ ବର୍ଷ ହୋଇଥିବା କ୍ୟାପ୍ସନରେ ଲେଖାଯାଇଛି। ଲମ୍ବା ସମୟ ଧରି ଜୋନାଥନର ଚିକିତ୍ସା କରୁଥିବା ପ୍ରାଣୀ ଚିକିତ୍ସକ ଜୋ. ହୋଲିନ୍‌ଙ୍କ କହିବା ମୁତାବକ, ଜୋନାଥନ ବର୍ତ୍ତମାନ ସୁସ୍ଥ ଅଛି। ତା’ର ଗତି କମ୍‌ ହେବା ଭଳି ସ୍ଥିତି ଏପର୍ଯ୍ୟନ୍ତ ଉତ୍ପନ୍ନ ହୋଇନି। ଏବେ ତା’ ପାଖରେ ଆଘ୍ରାଣ ଶକ୍ତି ଆଉ ନାହିଁ। ମୋତିଆବିନ୍ଦୁ କାରଣରୁ ସେ ଆଉ ଦେଖିପାରୁନି। ବିଶ୍ୱର ସବୁଠୁ ଅଧିକ ବୟସ୍କ ପ୍ରାଣୀ ଭାବେ ଜୋନାଥନର ନାମ ୨୦୨୨ରେ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସାମିଲ ହୋଇଛି। ଏହା ପୂର୍ବରୁ ତୁ’ଇ ମାଲିଲା ନାମକ କଇଁଛ ପାଖରେ ଏହି ରେକର୍ଡ ଥିଲା। ୧୯୬୫ରେ ୧୮୮ ବର୍ଷ ବୟସରେ ତୁ’ଇ ମାଲିଲାର ମୃତ୍ୟୁ ହୋଇଥିଲା।

Share