Categories: ଖେଳ

ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଶ୍ୱଶୁରଙ୍କୁ ଡିମାଣ୍ଡ କଲେ ୫-୬ ଏକର ଜମି

ଇସଲାମାବାଦ,୧୬।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ପାକିସ୍ତାନ କେବଳ ଗୋଟିଏ ପଦକ ପାଇଥିଲା। ସେହି ପଦକକୁ ଜାଭେଲିନ ଥ୍ରୋରେ ଅର୍ଶଦ ନଦୀମ ଜିତିଥିଲେ। ଭାରତର ତାରକା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରାଙ୍କୁ ପରାସ୍ତ କରି ଅର୍ଶଦ ଏହା ହାସଲ କରିଛନ୍ତି। ଏହି ଇଭେଣ୍ଟରେ ଅର୍ଶଦ ଏକ ଅଲିମ୍ପିକ ରେକର୍ଡ ସୃଷ୍ଟି କରି ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ। ୪୦ବର୍ଷରେ ପାକିସ୍ତାନ ପାଇଁ ପ୍ରଥମ ଅଲିମ୍ପିକ ସ୍ବର୍ଣ୍ଣ ପଦକ ଜିତି ଅର୍ଶଦ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ। ସେ ଏହି ଇଭେଣ୍ଟରେ ୯୨.୯୭ ମିଟର ଦୂରତା ଫିଙ୍ଗି ସ୍ବର୍ଣ୍ଣ ହାସଲ କରିଥିଲେ। ଅର୍ଶଦଙ୍କ ଏହି ଐତିହାସିକ ପ୍ରଦର୍ଶନ ଯୋଗୁଁ ପାକିସ୍ତାନରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା। ଏହି ଖୁସିରେ ତାଙ୍କ ଶ୍ୱଶୁର ମହମ୍ମଦ ନୱାଜ ତାଙ୍କୁ ଏକ ମଇଁଷି ଉପହାର ଦେବାକୁ ଘୋଷଣା କରିଥିବାବେଳେ ତାଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା ହୋଇଛି। ଅର୍ଶଦ କହିଛନ୍ତି ଯେ ଯଦି ତାଙ୍କ ଶ୍ୱଶୁର ମଇଁଷି ବଦଳରେ ୫-୬ ଏକଜ ଜମି ପୁରସ୍କାର ସ୍ବରୂପ ଦେଇଥାନ୍ତେ ତେବେ ଭଲ ହୋଇଥାନ୍ତା।
୨୭ ବର୍ଷୀୟ ଅର୍ଶଦ ନଦୀମ ପ୍ୟାରିସ ଅଲିମ୍ପିକ୍ସରେ ଥରେ ନୁହେଁ ଦୁଇଥର ୯୦ମାର୍କ ଅତିକ୍ରମ କରିଛନ୍ତି। ଏହି ଇଭେଣ୍ଟରେ ସେ ଏକମାତ୍ର ଆଥଲେଟ ଯିଏ ଦୁଇଥର ୯୦ର ଫିଗର ଛୁଇଁଥିଲେ। ଅଲିମ୍ପିକ ରେକର୍ଡ ସହ ସ୍ବର୍ଣ୍ଣ ଜିତିଥିବା ଅର୍ଶଦ ନଦୀମ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଜାଣି ନାହାଁନ୍ତି ଯେ ତାଙ୍କ ଶ୍ୱଶୁର ତାଙ୍କୁ ଏକ ମଇଁଷି ଉପହାର ଦେବାକୁ ଘୋଷଣା କରିଛନ୍ତି। ସେ ତାଙ୍କ ପତ୍ନୀ ଆୟେଶାଙ୍କ ସହ ଏହା ଶେୟାର କରିଥିଲେ। ଅର୍ଶଦ କହିଛନ୍ତି, ‘ପତ୍ନୀ କହିଥିଲେ ଯେ ବାପା ମଇଁଷି ଦେଇଛନ୍ତି।

Share