ଟ୍ରୋଲ ହେଲେ କାଜଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ଏକ ସାକ୍ଷାତକାରରେ ଏମିତି କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ସେ ଟ୍ରୋଲ ହୋଇଛନ୍ତି। ଅଭିନେତ୍ରୀ ଏବେ ତାଙ୍କା ଆଗାମୀ ଶୋ’ ‘ଦ ଟ୍ରାୟଲ’ର ପ୍ରମୋଶନରେ ବିଜି ଅଛନ୍ତି। ଏଥିପାଇଁ ସେ ଇମୋଶନାଲ କାର୍ଡ ଖେଳି ନିକଟରେ ସୋସିଆଲ ମିଡିଆକୁ ଅଲବିଦା କଲେ ବୋଲି କହିଥିଲେ। ଏହାପରେ ସମସ୍ତ ଇନଷ୍ଟାଗ୍ରାମ ଫଟୋକୁ ଆର୍କାଇଭ କରି ଦେଇଥିଲେ। ହେଲେ ପରେ ଜଣାପଡିଥିଲା କି ଅଭିନେତ୍ରୀ ପ୍ରମୋଶନ ପାଇଁ ଏସବୁ ଡ୍ରାମା କରିଥିଲେ। ‘ଦ ଟ୍ରାୟଲ’ ଏକ କୋର୍ଟ ରୁମ ଡ୍ରାମା ସିରିଜ।

ଅଜୟ ଦେବଗନଙ୍କ ପତ୍ନୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ତୁମେ ନିଜ ପିଲାମାନଙ୍କୁ ଯେପରି କରିବାକୁ ଚାହୁଁଛ ସେହିଭଳି ତୁମ ପିଲାମାନଙ୍କୁ ପ୍ରତିପୋଷଣ କରିବା ଉଚିତ। ସମାଜ ଯାହା କହୁଛି ତାହା ଅଣଦେଖା କରି ଏପରି କରିବା କଥା ସେ କହିଥିଲେ। ମହିଳା ସଶକ୍ତିକରଣ ବିଷୟରେ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ଆଜିକାଲି ସେ ଅନେକ ସ୍ଥାନରେ ମହିଳାମାନଙ୍କୁ ବହୁତ ଭଲ କାମ କରୁଥିବା ଦେଖୁଛନ୍ତି। ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ବହୁତ ଧୀର ପରିବର୍ତ୍ତନ ଘଟୁଛି। ଏହା ଆମର ଚିନ୍ତାଧାରା ଏବଂ ଆମର ପରମ୍ପରାରେ ଅଛି। ଶିକ୍ଷା ସହିତ ଏହାର ଅନେକ ସମ୍ପର୍କ ଅଛି। ଆମର ଏଠାରେ ରାଜନେତା ଅଛନ୍ତି, ଯାହାର କୌଣସି ଶିକ୍ଷାଗତ ପୃଷ୍ଠଭୂମି ନାହିଁ। ମୁଁ ଦୁଃଖିତ କିନ୍ତୁ ମୋତେ ଖୋଲାଖୋଲି ଭାବେ କହିବାକୁ ପଡିବ। ଆମକୁ ନେତାମାନେ ଶାସନ କରୁଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସେହି ଦୂରଦୃଷ୍ଟି ନାହିଁ । ଶିକ୍ଷା ଆପଣଙ୍କ ପାଇଁ ବିଭିନ୍ନ ଦୃଷ୍ଟିକୋଣ ଦେଖିବା ସମ୍ଭବ କରେ। ମୋର ପ୍ରଶଂସକମାନେ ଆଶ୍ଚର୍ଯ୍ୟଜନକ, ମୁଁ ଯାହା କରେ, ସେମାନେ ମୋତେ ସମର୍ଥନ କରନ୍ତି, ପିନ୍ଧନ୍ତି ଏବଂ ଭଲ ପାଆନ୍ତି।
କାଜଲଙ୍କ ଏଭଳି କଥାକୁ ନେଇ ଏବେ ତାଙ୍କୁ ଟ୍ରୋଲ କରାଯାଉଛି। କାରଣ କାଜଲ ହେଉଛନ୍ତି ସ୍କୁଲ ଡ୍ରପଆଉଟ। ମାତ୍ର ୧୬ ବର୍ଷ ବୟସରେ ସେ ବଲିଉଡ ଦୁନିଆରେ ଡେବ୍ୟୁ କରିଥିଲେ। ସେତେବେଳେ ସେ ଅଧାରୁ ପାଠ ଛାଡିଦେଇଥିଲେ। ତେଣୁ ଏବେ ଅଭିନେତ୍ରୀଙ୍କ ଏଭଳି ଉପଦେଶକୁ ଦର୍ଶକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାର୍ଜୁନଙ୍କ ଯୋଗୁ ବିବାହର ବର୍ଷକ ପରେ ଶୋଭିତାଙ୍କୁ ଭେଟିଥିଲେ ନାଗା ଚେତନ୍ୟ, ଏବେ ହେଲା ଖୁଲାସା…

ହାଇଦ୍ରାବାଦ: ଆଉ ଦିନ କେଇଟାର ଅପେକ୍ଷା। ପ୍ରେମିକା ଶୋଭିତା ଧୁଲିପାଲାଙ୍କ ହାତ ଧରିବେ ସାଉଥ୍‌ ସୁପରଷ୍ଟାର ନାଗା ଚେତନ୍ୟ। ଇତିମଧ୍ୟରେ ବିବାହକୁ ନେଇ ପ୍ରସ୍ତୁତି ଅନ୍ତିମ...

ଛାଡପତ୍ର ଚର୍ଚ୍ଚାକୁ ନେଇ ଶେଷରେ ମୁହଁ ଖୋଲିଲେ ଅମିତାଭ ବଚ୍ଚନ, କହିଲେ ସେ ଯାହା ଇଚ୍ଛା…

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କ ଛାଡପତ୍ରର ଗୁଜବ ଥମିବାର ନାଁ ନେଉନାହିଁ। ଗୁଜବ ଚର୍ଚ୍ଚା ଏତେ ଜୋରେ ବଢିବା ପରେ ମଧ୍ୟ ଦୁହେଁ ଏନେଇ ମୁହଁ...

ବ୍ୟାନ୍‌ ହେବ ପୁଷ୍ପା-୨! ରିଲିଜ୍‌ ପୂର୍ବରୁ ବିବାଦରେ ଛନ୍ଦି ହେଲା ଅଲ୍ଲୁଙ୍କ ଫିଲ୍ମ

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା: ଦ ରୁଲ’ ରିଲିଜ୍‌ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି। ଫିଲ୍ମର ଦର୍ଶକ ଦୀର୍ଘ...

ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା

ଭୁବନେଶ୍ୱର,୨୨।୧୧: ଥମୁନି ଅଭିନେତାଙ୍କ କଳି। ଡିସିପି ଅଫିସ ଆଗରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍‌...

ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଚହଲଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୧: କ୍ରିକେଟର୍‌ ୟୁଜଭେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ...

ଛାଡପତ୍ର ପରେ ପ୍ରଥମଥର ଏମିତି ପୋଷ୍ଟ କରି ଖୁସିବ୍ୟକ୍ତ କଲେ ଏ.ଆର ରେହମାନ

ମୁମ୍ବାଇ, ୨୨।୧୧: ବିବାହର ୨୯ ବର୍ଷ ପରେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍‌. ରେହମାନଙ୍କଠାରୁ ତାଙ୍କ ସ୍ତ୍ରୀ ସାଇରା ଅଲଗା ହୋଇଛନ୍ତି। ଅଲଗା ହେବା ପରେ...

ସ୍ବରକୁ ବଢ଼ାଏ ସଙ୍ଗୀତ: ରୁମିତ୍‌ ଓ୍ବାଲିଆ

ଭାରତର ଲୋକପ୍ରିୟ ଏବଂ ପରିବେଶ ସଚେତନଧର୍ମୀ ବ୍ୟାଣ୍ଡ ମଧ୍ୟରେ ‘ବିରାହ’ ଅନ୍ୟତମ। ଏହି ବ୍ୟାଣ୍ଡର ନିଜସ୍ବ ପରିବେଷଣ ଶୈଳୀ ସାରା ଦେଶରେ ସଙ୍ଗୀତପ୍ରେମୀଙ୍କୁ ଅନେକ ବର୍ଷ...

ରଶ୍ମିକାଙ୍କୁ ଡେଟ୍‌ କରୁଛନ୍ତି କି ଦେବରକୋଣ୍ଡା? ଶେଷରେ ସବୁ ଖୋଲି କହିଦେଲେ

ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଓ ଫିଲ୍ମ ନିର୍ମାତା ଭାବେ ବିଜୟ ଦେବରକୋଣ୍ଡା ଜଣାଶୁଣା। ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ତାଙ୍କ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri