Categories: ଖେଳ

ଯାହାକୁ ଟିମ୍‌ରୁ ବାଦ୍‌ ଦେବାକୁ ନେଇ ହେଉଥିଲା ଚର୍ଚ୍ଚା, ସେ ହିଁ ବିଶ୍ୱକପ୍‌ରେ ଶତକ ମାରି ଭାଙ୍ଗିଲେ ବିଶ୍ୱ ରେକର୍ଡ

ଧର୍ମଶାଳା,୧୦।୧୦: ଯେଉଁ ବୟସରେ ଖେଳାଳିଙ୍କ କ୍ୟାରିୟର ସମାପ୍ତ ହୋଇଥାଏ, ଯେଉଁ ବୟସରେ କ୍ରିକେଟରମାନେ ଅଯୋଗ୍ୟ ନଜର ଆସିଥାନ୍ତି, ସେହି ବୟସରେ ଚମକିଛନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମଲାନ। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ବିଶ୍ୱକପ୍‌ ୨୦୨୩ର ସପ୍ତମ ମ୍ୟାଚ୍‌ରେ ବାଲାଂଦେଶ ବିପକ୍ଷରେ ଚମତ୍କାର ଶତକ ହାସଲ କରିଛନ୍ତି। ଧର୍ମଶାଳାରେ ଖେଳାଯାଇଥିବା ଏହି ମୁକାବିଲାରେ ମାତ୍ର ୯୧ ବଲରେ ସେ ଶତକ ହାସଲ କରିଥିଲେ। ତେବେ ଏହା ଦିନିକିଆରେ ତାଙ୍କର ୬ଷ୍ଠ ଶତକ। କାରଣ ସେ କେବଳ ୨୩ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ଏବେ ତାଙ୍କ ଦିନିକିଆ କ୍ୟାରିୟରେ ଅର୍ଦ୍ଧଶତକ(୫)ଠାରୁ ଶତକ(୬) ଅଧିକ ହୋଇଛି। ଏଥିସହ ସେ ଏକ ବଡ଼ ବିଶ୍ୱ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି।

ଦିନିକିଆରେ ୬ ଶତକ ଉପଲବ୍ଧି ହାସଲ କରିବାରେ ଦ୍ରୁତତମ ଖେଳାଳି ହୋଇପାରିଛନ୍ତି ମଲାନ। ସେ ୨୩ ଇନିଂସରେ ଏହାକୁ ହାସଲ କରିଛନ୍ତି। ଭାରତ ବ୍ୟତିତ ଅଷ୍ଟ୍ରେଲିଆ, ବାଲାଂଦେଶ, ଦକ୍ଷିଣ ଆଫ୍ରିକାରେ ସେ ଏହି ଶତକ ମାରିଛନ୍ତି। ଏହାବ୍ୟତିତ ଇଂଲଣ୍ଡ ଏବଂ ନେଦରଲ୍ୟାଣ୍ଡରେ ମଧ୍ୟ ତାଙ୍କ ଶତକ ରହିଛି।

ଜାଣି ଆଶ୍ଚର୍ଯ୍ୟ ହେବେ ଏକ ସମୟରେ ବିଶ୍ୱକପ୍‌ ଟିମ୍‌ରେ ଡେଭିଡ ମଲାନଙ୍କୁ ସାମିଲ କରା ନ ଯାଇପାରେ ବୋଲି କୁହାଯାଉଥିଲା। ତାଙ୍କ ସ୍ଥାନରେ ହ୍ୟାରି ବ୍ରୁକ୍ସଙ୍କୁ ସୁଯୋଗ ଦିଆଯାଇପାରେ ବୋଲି ଇଂଲଣ୍ଡ ଗଣମାଧ୍ୟମରେ ଆଲୋଚନା ହେଉଥିଲା। ହେଲେ ଚୟନକର୍ତ୍ତାମାନେ ମଲାନଙ୍କ ଉପରେ ଭରସା ଦେଖାଇଥିଲେ। ବର୍ତ୍ତମାନ ସେ ଏହାର ପରିଣାମସ୍ବରୂପ ପ୍ରଥମ ଶତକ ହାସଲ କରି ନିଜକୁ ପ୍ରମାଣ କରିଛନ୍ତି।

Share