Categories: ଫୁରସତ

ଅଜବ ଜୀବ: ଯାହାର ରହିଛି ୨୦୦ ଆଖି, ଟେଲିସ୍କୋପ ପରି କରେ କାମ

ଦୁନିଆରେ ଏମିତି ଏକ ଅଜବ ଜୀବ ଅଛି, ଯାହାର ଗୋଟିଏ କି ଦୁଇଟି ନୁହେଁ, ଏକାବେଳକେ ୨୦୦ ଆଖି ରହିଛି। ଏହା ଟେଲିସ୍କୋପ ପରି କାମ କରେ। ଏହାର ସନ୍ତରଣ ପଦ୍ଧତି ବି କମ୍‌ ଆଶ୍ଚର୍ଯ୍ୟଜନକ ନୁହେଁ। ଯେଉଁଥିରେ ଏହା ଜେଟ୍‌ ପ୍ରପୁଲସନ୍‌ କୌଶଳ ବ୍ୟବହାର କରେ। ଏବେ ଏହି ଜୀବର ଭିଡିଓ ଭାଇରାଲ ହେବାରେ ଲାଗିଛି।

@ gunnrosesgirl3 ନାମକ ଏକ ଆକାଉଣ୍ଟରେ ଏହି ଭିଡିଓଟି ଶେୟାର କରାଯାଇଛି। ଏଥିରେ କ୍ୟାପ୍‌ଶନ୍‌ ଲେଖାଅଛି, ସ୍କ୍ଲାପ୍‌ର ୨୦୦ ଆଖି ଅଛି। ଯାହା ଟେଲିସ୍କୋପ ପରି କାମ କରେ।

ସ୍କ୍ଲାପ୍‌ର ଆଖି ବହୁତ ସ୍ବତନ୍ତ୍ର, ଛୋଟ ଏବଂ ପ୍ରାୟ ୧ ମିଲିମିଟର ଚଉଡ଼ା। ଏହି ଆଖିଗୁଡିକ ପାର୍ଶ୍ୱରେ ରହିଛି। ଯାହା ମଣିଷ ଆଖି ସମେତ ଅଧିକାଂଶ ପ୍ରାଣୀମାନଙ୍କ ଆଖିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆଲୋକକୁ ଧ୍ୟାନ ଦେବା ପାଇଁ ଲେନ୍ସ ବଦଳରେ ଏହାର ଅବତଳ ଦର୍ପଣ ରହିଛି।

Share