ମେଲବୋର୍ନ,୨୮।୧୨: ଭାରତ ବନାମ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍ ଭାରତ କବ୍ଜାରେ ରହିଛି। ଟେଷ୍ଟର ତୃତୀୟ ଦିନରେ ଭାରତ ୧୩୧ ରନର ଅଗ୍ରଣୀ ନେଇ ୩୨୬ ରନ୍ରେ ଆଉଟ ହୋଇଥିଲା। ତା’ପରେ ଦ୍ୱିତୀୟ ଇନିଂସରେ କଙ୍ଗାରୁ ଦଳ ଆଣ୍ଠୁଏ ପାଣି ପିଇଛି। ଦିନର ଖେଳ ଶେଷରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୧୩୩/୬ ରନ ସ୍କୋର କରିବାରେ ସମର୍ଥ ହୋଇଛି। ଦଳ ଭାରତଠାରୁ ମାତ୍ର ୨ ରନ ଆଗରେ ଅଛି। ଏହାପୂର୍ବରୁ ଭାରତ ମ୍ୟାଚର ପ୍ରଥମ ଦିନରେ ପ୍ରଥମ ଇନିଂସରେ ୧୯୫ ରନ ପାଇଁ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରିଥିଲା। ଆଡିଲେଡରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ୮ ଉଇକେଟ ପରାସ୍ତ ହୋଇ ଭାରତ ଏହି ସିରିଜରେ ୦-୧ ପଛରେ ରହିଛି।