ଆରମ୍ଭ ହେଲା ଅନ୍‌ଲାଇନ୍‌ ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା

ଭୁବନେଶ୍ୱର,୧୩।୨(ବ୍ୟୁରୋ): ଅନ୍‌ଲାଇନ ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା(ଓବିପିଏଏସ୍‌)କୁ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ନାଗରିକମାନଙ୍କୁ ଅତ୍ୟାଧୁନିକ ଆଇସିଟି ସୁବିଧା ସେବା ଯୋଗାଇବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ଓବିପିଏଏସ୍‌ ଦ୍ୱାରା ସ୍ବୟଂଚାଳିତ କୋଠାବାଡି ନକ୍ସାର ଅନୁମତି, ଦେୟ ପ୍ରଦାନ, ବିଲ୍ଡିଂ ଅନୁମତି ଆବେଦନ ପ୍ରକ୍ରିୟା, ପ୍ଲିନ୍ଥଠାରୁ ଛାତ ଯାଏ ଯାଞ୍ଚ ତଦାରଖ ପ୍ରମାଣପତ୍ର ଆଦି ହୋଇପାରିବ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଓବିପିଏଏସ ନାଗରିକ, ସ୍ଥପତି ଏବଂ ବୈଷୟିକ ବ୍ୟକ୍ତିଙ୍କ ଆବଶ୍ୟକତାକୁ ପୂରଣ କରିବ। ଏହା ବିଲ୍‌ଡିଂ ଅନୁମୋଦନ ସହିତ ସ୍ବୟଂଚାଳିତ ଫି’ ହିସାବ, ଆଦାୟ ଏବଂ ଉପଭୋକ୍ତା-ଅନୁକୂଳ ବ୍ୟବସ୍ଥା ସହିତ ଅନ୍‌ଲାଇନ ଦେୟକୁ ସହଜ କରିବ। ଉତ୍ତମ ସେବା ଯୋଗାଇବା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଲୋକଙ୍କ ଆବଶ୍ୟକତା ପୂରଣ କରିବା ମୁଖ୍ୟମନ୍ତ୍ରୀଙ୍କର ଲକ୍ଷ୍ୟ ରହିଥିବା ଜେନା କହିଛନ୍ତି।

Share