ଓମିକ୍ରନରୁ ରକ୍ଷା କରିବ ଏହି ଏକମାତ୍ର ଉପାୟ

ନୂଆଦିଲ୍ଲୀ,୨୪ା୧୨: ଛଅ ମାସ ମଧ୍ୟରେ ଡିସେମ୍ବର ୨୨ରେ ଦିଲ୍ଲୀରେ ଗୋଟିଏ ଦିନରେ ସର୍ବାଧିକ ୧୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଦିଲ୍ଲୀରେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ରେ ୫୭ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଖୁବ୍‌ଶୀଘ୍ର ବ୍ୟାପିଥାଏ। ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହି ନୂତନ ପ୍ରକାରର ଭାରିଆଣ୍ଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଚେତାବନୀ ଦେଇଛି। ଡେଲ୍‌ଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମିତ ହେଉଛି।

ବିଶେଷଜ୍ଞମାନେ କହିଛନ୍ତି, ଏଥିରୁ ରକ୍ଷା ପାଇବା ପାଇଁ ଏକମାତ୍ର ଉପାୟ ହେଉଛି ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା। ଆହୁରି ମଧ୍ୟ, କୋଭିଡ୍‌ କଟକଣାକୁ କଡ଼ାକଡ଼ି ଭାବରେ ପାଳନ କରିବା। ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା, ହାତକୁ ବାରମ୍ବାର ଧୋଇବା ହିଁ ଓମିକ୍ରନ ସଂକମଣକୁ ରୋକିପାରିବ।

Share