ମୁମ୍ବାଇ, ୬ା୪- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବା ଲାଗି ଦିଲ୍ଲୀ କ୍ୟାପିଟାଲ୍ସ ପେସ୍ ବୋଲର କାଗିସୋ ରାବାଡା ଓ ଆନରିଚ୍ ନର୍ଟଜେ ମଙ୍ଗଳବାର ଏଠାରେ ପହଞ୍ଚତ୍ଛନ୍ତି। ସେମାନଙ୍କୁ ଏବେ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ। ଏଣୁ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ବିପକ୍ଷରେ ଖେଳାଯିବାକୁ ଥିବା ଦଳର ଓପନିଂ ମ୍ୟାଚ୍ରେ ଦୁହେଁ ଖେଳିପାରିବେ ନାହିଁ। ଗତବର୍ଷ ଦକ୍ଷିଣ ଆଫ୍ରିକୀୟ ବୋଲରମାନଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ।
ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଆଫ୍ରିକା ଦଳର ଦୁଇ ମୁଖ୍ୟ ପେସର ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଛାଡ଼ି ନିଜ ଆଇପିଏଲ ଦଳରେ ଯୋଗ ଦେଇଛନ୍ତି।