ଅପେରା ଖବର ସ୍ବର୍ଣ୍ଣ ମହଲର ସୁନା ବୋହୂ

ସେ ବୋହୂ ନୁହଁ, ସୁନା ବୋହୂ। ତା’ ନୀତି ଆଦର୍ଶ, ଆଚାର ବ୍ୟବହାର ସମସ୍ତଙ୍କୁ ଏପରି ପ୍ରଭାବିତ କରିଛି ସେ ସମସ୍ତଙ୍କ ମୁହଁରେ ଯେ କେହି ବି ତାଙ୍କୁ ପ୍ରଶଂସା କରିବାକୁ ପଛାଇବ ନାହିଁ। କାରଣ ସେ ହେଉଛି ‘ସ୍ବଣ୍ଣମହଲର ସୁନା ବୋହୂ’। ଏକ ଭିନ୍ନ ଧରଣର ପାରିବାରିକ କାହାଣୀକୁ ନାଟ୍ୟରୂପ ଦେଇଛନ୍ତି ଅପେରା ସ୍ବର୍ଣ୍ଣମହଲର ମୁଖ୍ୟ ଉପଦେଷ୍ଟା ତଥା ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟକାର କ୍ଷୀରୋଦ ସ୍ବାଇଁ। ‘ସ୍ବର୍ଣ୍ଣ ମହଲର ସୁନା ବୋହୂ’ର ରଚନା ଏବଂ ନିର୍ଦ୍ଦେଶନା ଭାର ସମ୍ଭାଳିଥିବା କ୍ଷୀରୋଦ କହନ୍ତି, ‘ଏକ ଭିନ୍ନ ଧରଣର କାହାଣୀକୁ ନେଇ ନାଟକଟିଏ ଲେଖିଛି। ଏହି ନାଟକରେ ସାମ୍ପ୍ରତିକ ଘଟଣାକୁ ଏପରି ଉପସ୍ଥାପନା କରାଯାଇଛି ଯାହା ଦର୍ଶକଙ୍କୁ ଡିଫରେଣ୍ଟ ଚାର୍ମ ଦେବ।’ ଚଳିତ ଯାତ୍ରା ସିଜନରେ ଏହି ଅନୁସନ୍ଧାନମୂଳକ ନାଟକ ଆଜି ବିଶ୍ୱନାଥ ମଠ, ଧାନମଣ୍ଡଳ, କଟକଠାରେ ପ୍ରଥମ ଥର ପାଇଁ ପରିବେଷିତ ହେବାକୁ ଯାଉଛି। ଅଜୁ-ଆପୁ, ହାପି କର, କାବେରୀ, ମାମୁନି, ଜ୍ଞାନ ସାହୁ, ଚିତ୍ତ-ଅନିମା, ଜଗା ପଣ୍ଡା, ଅଜୟ, ପ୍ରତାପ, ଟୁନା ପ୍ରମୁଖ କଳାକାରଙ୍କୁ ଏହି ନାଟକରେ ଦେଖିବାକୁ ମିଳିବ। ଏଥିରେ ସଂଯୋଜିତ ନିଗମ ମିଶ୍ରଙ୍କ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ସୁଧାଂଶୁ ପରିଡ଼ା।

Share