Posted inଜାତୀୟ

ବାଚସ୍ପତି ନିର୍ବାଚନରେ ବିରୋଧୀଙ୍କୁ ମିଳିଲା ବଡ଼ ଫାଇଦା, ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୬: ଇତିହାସରେ ପ୍ରଥମ ଥର ଲୋକ ସଭାରେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ଏନଡିଏ ପୁଣିଥରେ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଥିବାବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ କେ ସୁରେଶଙ୍କୁ ପ୍ରାର୍ଥୀ କରିଛି। ଏହି ନିର୍ବାଚନରେ କେ ସୁରେଶଙ୍କୁ ହରାଇ ଓମ ବିର୍ଲା ଲୋକ ସଭାର ବାଚସ୍ପତି ହୋଇଛନ୍ତି।
ତେବେ ପରମ୍ପରା ଅନୁଯାୟୀ, ସରକାର ଓ ବିରୋଧୀଙ୍କ ସହମତିରେ ସ୍ପିକର ପଦରେ କ୍ଷମତାସୀନ ସରକାରଙ୍କ ପ୍ରାର୍ଥୀ ମନୋନୀତ ହେଉଥିବାବେଳେ ଡେପୁଟି ସ୍ପିକରରେ ବିରୋଧୀଙ୍କ ପ୍ରାର୍ଥୀ ମନୋନୀତ ହୋଇଥାନ୍ତି। କିନ୍ତୁ ସରକାର ଏଥିରେ ଅରାଜି ହେବାରୁ ବାଚସ୍ପତି ନିର୍ବାଚନ ଅନଚଷ୍ଠିତ ହୋଇଥିଲା।

ଆମେ ନମ୍ବର ଗେମ୍‌କୁ ଦେଖି ଜାଣିପାରିବା ଯେ, ଏନଡିଏର ସଂଖ୍ୟା ଗରିଷ୍ଠତା ଅଧିକ ଥିବାରୁ ଓମ ବିର୍ଲା ସହଜରେ ଏହି ନିର୍ବାଚନ ଜିତିଗଲେ। ଏନଡିଏ ପାଖରେ ଲୋକ ସଭାରେ ୨୯୩ ଏମପି ରହିଛନ୍ତି। ଏଥିସହ ଆନ୍ଧ୍ର ପ୍ରଦେଶର ଜଗମୋହନ ରେଡ୍ଡୀ ମଧ୍ୟ ଏନଡିଏକୁ ସମର୍ଥନ ଦେଇଛନ୍ତି। ଯାହାଦ୍ୱାରା ସଂଖ୍ୟା ୨୯୭ ଛୁଇଁଥିଲା। ଅନ୍ୟପଟେ ବିରୋଧୀ ଇଣ୍ଡିଆ ମେଣ୍ଟ ପାଖରେ ୨୩୬ ଏମପି ରହିଛନ୍ତି। ଏଥିସହ କିଛି ଛୋଟ ଓ ନିର୍ଦ୍ଦଳୀୟ ପାର୍ଟି ମଧ୍ୟ ଏନେଇ ସମର୍ଥନ ଜଣାଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଏହି ନିର୍ବାଚନ ବିରୋଧୀଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ।

ଏହି ନିର୍ବାଚନର ବଡ଼ ପ୍ରଭାବ ଜାତୀୟ ରାଜନୀତିରେ ପଡିବାକୁ ଯାଉଛି। ବିରୋଧୀଙ୍କ ପାଖରେ ନମ୍ବର ନାହିଁ କିନ୍ତୁ ଦେଶକୁ ଏକ ବଡ଼ ବାର୍ତ୍ତା ପହଞ୍ଚିବ। କୁହାଯାଉଛି କି, ଦେଶରେ ଏବେ ସରକାରଙ୍କ ବିରୋଧରେ ସଶକ୍ତ ବିରୋଧୀ ଉଭା ହୋଇଛନ୍ତି ବୋଲି ଚର୍ଚ୍ଚା ହେବ। ନିଜର ୨ଟି ଟର୍ମରେ ଭାଜପା ଯେମିତି ଥିଲା ଏବେ ସେଭଳି ନାହିଁ। ଏବେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବିରୋଧୀଙ୍କ ସହ ଆଲୋଚନା କରିବାକୁ ପଡିବ। ଏବେ ପ୍ରତିଟି ପସଙ୍ଗ ଉଠାଇବାକୁ ବିରୋଧୀଙ୍କ ପାଖରେ ଦଳ ସହ ବଳ ମଧ୍ୟ ରହିଛି। ଏହାର ବଡ଼ ଉଦାହରଣ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ହୋଇ ପ୍ରତିପାଦନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ଗାଁ, ଯେଉଁଠି ଘର ଛାଡି ଆସିଥିବା ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ଖାଇବା-ରହିବା ସବୁ ମାଗଣା

ସାରା ଦୁନିଆରେ ପ୍ରେମକୁ ନେଇ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ...

ମନ କି ବାତ: ବାଇଡେନଙ୍କ ସହ ଘନିଷ୍ଠ ସମ୍ପର୍କ, ଫେରିଲା ୩୦୦ କଳାକୃତି, ଓଡ଼ିଶାର ସାନ୍ତାଳି ଭାଷାକୁ ନେଇ ମୋଦି କହିଲେ ବଡ କଥା

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୧୪ ତମ ଏପିସୋଡରେ କହିଛନ୍ତି – ଆମର ଏହି ଯାତ୍ରାକୁ ୧୦ ବର୍ଷ ବିତିଗଲାଣି। ଏହି...

ପୁଣି ପାରୋଲରେ ଆସିବାକୁ ଚାହୁଁଛନ୍ତି ରାମ ରହିମ

ରୋହତକ,୨୯।୯: ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ ପୁଣି ଥରେ ପାରୋଲ ଦାବି କରିଛନ୍ତି। ରହିମ ତାଙ୍କର ଦୁଇ ମହିଳା ଶିଷ୍ୟାଙ୍କୁ ବଳାତ୍କାର...

କୋଟି କୋଟି ଶ୍ରୋତା ଏହି କାର୍ଯ୍ୟକ୍ରମର ଅସଲ ସୁତ୍ରଧର: ମୋଦି

ନୂଆଦିଲ୍ଲୀ,୨୯।୯: ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ତାଙ୍କର ୧୧୪ତମ ଏପିସୋଡରେ ପ୍ରଧାନମନ୍ତ୍ରୀ...

ଆଜିର ଦୁନିଆ ହତାଶ, ଭାଙ୍ଗୁଛି ବିଶ୍ୱାସ, କାହିଁକି ଏମିତି କହିଲେ ଜୟଶଙ୍କର…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯ା୯: ମିଳିତ ଜାତିସଂଘର ସାଧାରଣ ସଭାର ୭୯ତମ ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ୟୁକ୍ରେନ ଏବଂ ଗାଜାରେ ଚାଲିଥିବା ଯୁଦ୍ଧ ବିରୋଧରେ ବିଶ୍ୱର...

ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ଅଦଳବଦଳ, ଉଦୟନିଧିଙ୍କୁ ମିଳିଲା ଉପମୁଖ୍ୟମନ୍ତ୍ରୀ ପଦ

ଚେନ୍ନାଇ,୨୯।୯: ତାମିଲନାଡୁର ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇଛି। ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି। ଏଥିସହ ସେଣ୍ଟିଲ ବାଲାଜୀଙ୍କୁ ପୁଣି ମନ୍ତ୍ରୀ...

ବଡ଼ ଘୋଷଣା: ମିଳିବ ମାଗଣା…

ଚଣ୍ଡିଗଡ଼,୨୯ା୯: ଅକ୍ଟୋବର ୫ରେ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଶନିବାର କଂଗ୍ରେସ ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ କୃଷକମାନଙ୍କ କଲ୍ୟାଣ ପାଇଁ କମିଶନ...

ନେପାଳ ବନ୍ୟାରେ ୬୬ ମୃତ

କାଠମାଣ୍ଡୁ, ୨୯।୯: ଲଗାଣ ବର୍ଷା ଯୋଗୁ ନେପାଳରେ ଶୁକ୍ରବାରଠାରୁ ବନ୍ୟାସ୍ଥିତି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି। ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବରେ ଦେଶରେ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri