ହୀନ ରାଜନୀତି କରୁଛନ୍ତି ବିରୋଧୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୨: ନୟାଗଡ଼ ପରୀ ହତ୍ୟା ମାମଲାରେ ଗୃହରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପରୀ ଘଟଣାରେ ଗତକାଲି ଅଭିଯୁକ୍ତ ଦଣ୍ଡ ପାଇସାରିଛନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣାରେ ବିରୋଧୀମାନେ ହଟ୍ଟଗୋଳ କରିବା ନିନ୍ଦନୀୟ। ନିର୍ବାଚନ ସମୟରେ ରାଜନୀତି ହେବା ଠିକ୍‌ କିନ୍ତୁ ଏପରି ହୀନ ରାଜନୀତି ଆଦୌ ଶୋଭନୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share