ବିରୋଧୀଙ୍କ ଯୋଗୁ ଇସ୍ରାଏଲ ଗଣତନ୍ତ୍ର ବିପଦରେ ଅଛି: ପ୍ରଧାନମନ୍ତ୍ରୀ ନେତାନ୍ୟାହୁ

ଜେରୁଜାଲେମ,୨୨।୭: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଜୁଲାଇ ୨୦ତାରିଖରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ନ୍ୟାୟିକ ସଂସ୍କାର ଯୋଜନା ନେଇ ସେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଲୋକତନ୍ତ୍ରରେ ସେନା ସରକାରଙ୍କ ଅଧିନରେ ରହିଥାଏ। ଏବଂ ଦେଶର ପ୍ରତିଟି ବିପଦରେ ମତ ରଖିବା ସହ ସୁରକ୍ଷା ଯୋଗାଇଥାଏ।
ନ୍ୟାୟିକ ସଂସ୍କାର ଇସ୍ରାଏଲର ଗଣତନ୍ତ୍ରକୁ କ୍ଷତି ପହଞ୍ଚାଇବ ବୋଲି ନେତାନ୍ୟାହୁ ବିରୋଧୀଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିବା ସହ ବିରୋଧିଙ୍କ ଯୋଗୁ ଗଣତନ୍ତ୍ର ବିପଦରେ ଥିବା ସେ କହିଛନ୍ତି।

Share