Posted inଜାତୀୟ

ପ୍ରଧାନମନ୍ତ୍ରୀ ପଦ ପାଇଁ ଅଫର୍‌ ଦେଇଥିଲେ ବିରୋଧୀ ଦଳ ନେତା, ହେଲେ ମୁଁ…

ନୂଆଦିଲ୍ଲୀ,୧୫।୯: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବିବୃତ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଫର୍‌ ଆସିଥିବା ସେ କହିଛନ୍ତି। ବିରୋଧୀ ଦଳର ଜଣେ ବଡ଼ ନେତା ତାଙ୍କୁ ଏହି ଅଫର୍‌ ଦେଇଥିଲେ ବୋଲି ସେ କହିଛନ୍ତି।

ଏକ କାର୍ଯ୍ୟକ୍ରମର ଯୋଗଦେଇ ସେ କହିଛନ୍ତି ଯେ, ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ବଡ଼ ନେତା ତାଙ୍କୁ ଯୋଗାଯୋଗ କରିଥିଲେ ଏବଂ କହିଥିଲେ, ଯଦି ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ରୁହନ୍ତି ତେବେ ତାଙ୍କୁ ସମର୍ଥନ କରିବେ। କିନ୍ତୁ ସେ ସେହି ମୁହୂର୍ତ୍ତରେ ହିଁ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ସେ ଆହୁରି କହିଛନ୍ତି, ମୁଁ ତାଙ୍କୁ ପଚାରିଥିଲି, ସେ କାହିଁକି ମୋତେ ସମର୍ଥନ କରିବାକୁ ଚାହୁଁଛନ୍ତି? ତା ଛଡ଼ା ମୁଁ କାହିଁକି ତାଙ୍କ ସମର୍ଥନ ନେବି ବୋଲି ପଚାରିଥିଲି।

ପ୍ରଧାନମନ୍ତ୍ରୀ ହେବା ମୋ ଜୀବନର ଲକ୍ଷ୍ୟ ନୁହେଁ। ମୁଁ ମୋର ଧାରଣା ଏବଂ ସଂଗଠନ ପ୍ରତି ବିଶ୍ୱସ୍ତ ରହିବାକୁ ଚାହେଁ। କୌଣସି ବି ପଦବୀ ପାଇଁ ମୁଁ ମୋର ଧାରଣା ତଥା ଚିନ୍ତାଧାରା ସହ କୌଣସି ପ୍ରକାର ବୁଝାମଣା କରିବାକୁ ଚାହେଁନାହିଁ। ସାମ୍ବାଦିକତା ହେଉ କିମ୍ବା ଅମଲାତନ୍ତ୍ର, ଗଣତନ୍ତ୍ରକୁ ମଜବୁତ କରିବାରେ ନୀତିଆଦର୍ଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି କହିଛନ୍ତି ନୀତିନ ଗଡକରୀ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ତିରୁପତି ଲଡୁ ବିବାଦକୁ ନେଇ ପଓ୍ବନ କଲ୍ୟାଣଙ୍କ ବଡ଼ ବୟାନ, କହିଲେ ସନାତନ ଧର୍ମ ପାଇଁ…

ହାଇଦ୍ରାବାଦ,୨୦ା୯: ତିରୁପତି ଭେଙ୍କଟେଶ୍ୱରଙ୍କ ମନ୍ଦିର ପ୍ରସାଦ ତିଆରି ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଳିଛି। ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଦାବି କରିଛି...

ଚୌକା-ଛକା ବର୍ଷା କଲେ ଭାରତର ବଡ଼ ଶତ୍ରୁ: ବିସ୍ଫୋରକ ଅନ୍ଦାଜ୍‌ରେ ଜିତାଇଲେ ମ୍ୟାଚ୍‌

ଲଣ୍ଡନ,୨୦।୯: ଅଷ୍ଟ୍ରେଲିଆ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଏଠାରେ ଉଭୟଙ୍କ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୦।୮:ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର...

ରିଲାଏନ୍ସ ଡିଜିଟାଲରେ ଆଇଫୋନ୍‌ ୧୬ ରେଞ୍ଜ

ମୁମ୍ବାଇ,୨୦।୯(ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ପ୍ଲାଟ୍‌ଫର୍ମ ‘ରିଲାଏନ୍ସ ଡିଜିଟାଲ’ରେ ବହୁ ପ୍ରତୀକ୍ଷିତ ଆଇଫୋନ୍‌-୧୬ର ସମସ୍ତ ଭାରିଆଣ୍ଟ (ରେଞ୍ଜ) ଉପଲବ୍ଧ...

ମହିଳାଙ୍କ ମୁହଁରେ ହସ ଫୁଟାଇବେ ଭାଜପା ସରକାର: ମହିଳାଙ୍କୁ ମିଳିବ ୨,୧୦୦ ଟଙ୍କା

ରୋହତକ,୨୦ା୯:ହରିୟାଣାରେ ଭାଜପା ପୁନର୍ବାର କ୍ଷମତାସୀନ ହେଲେ ମହିଳାମାନଙ୍କୁ ମାସିକ ୨,୧୦୦ ଟଙ୍କା ଓ କୃଷକଙ୍କୁ ୨୪ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପ୍ରଦାନ...

ହଠାତ୍‌ ନିଜ ସାଙ୍ଗକୁ ଭେଟିଲେ ରାହୁଲ ଗାନ୍ଧୀ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ତଥା ଏମ୍‌ପି ରାହୁଲ ଗାନ୍ଧୀ ଶୁକ୍ରବାର ସକାଳେ ହରିୟାଣାର କର୍ଣ୍ଣଲ ଜିଲାରେ ପହଞ୍ଚିଛନ୍ତି। ସେ ଭୋର୍‌ ସମୟରେ ଘୋଗଦୀପୁର ଗ୍ରାମକୁ ଆସିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri