ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା: ଜଣେ ନୁହେଁ, ଜଣଙ୍କ ପରେ ଜଣେ ବିଧାୟକ ଚଢ଼ିଗଲେ ବାଚସ୍ପତିଙ୍କ ପୋଡିୟମ ଉପରକୁ

ଭୁବନେଶ୍ୱର,୨୩।୮: ପୁଣି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା । ଆଜି ମଧ୍ୟ ଆରମ୍ଭରୁ ବିଧାନସଭା ସରଗରମ ହୋଇପଡ଼ିଛି। ମଦମୃତ୍ୟୁକୁ ନେଇ ବିଧାନସଭାରେ ବିଜେଡି ଓ କଂଗ୍ରେସ ସଦସ୍ୟ ପ୍ରବଳ ହଟଗୋଳ କରିଛନ୍ତି। ଏମିତି କି ବିରୋଧୀମାନେ ବାଚସ୍ପତି ସୁରମା ପାଢ଼ୀଙ୍କ ପୋଡିୟମ ତଳେ ନାରାବାଜି ଦେଇଛନ୍ତି। ପରେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ବିଜେଡିର ନେତାମାନେ ଚଢ଼ିଯାଇଥିଲେ। ବିଜେଡି ବିଧାୟକ ମାଧବ ଧଡ଼ା, ଯୋଗେଶ ସିଂ, ବିଶ୍ୱ ମଲ୍ଲିକ ଓ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଚଢ଼ିଯାଇଥିଲେ।
ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ମଧ୍ୟ ଗୃହରେ ତୁମୁଳକାଣ୍ଡ ଓ ଅରାଜକତା ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା କରିଥିଲେ। ବିଜେଡିର ୨ ବିଧାୟକ ବାଚସ୍ପତିଙ୍କ ପୋଡିୟମ ଉପରେ ଚିଯାଇଥିଲେ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଯାଇଥିଲେ। ଅନ୍ୟପକ୍ଷେ ବାଚସ୍ପତିଙ୍କ ସିଟ ପାଖକୁ ଯିବାକୁ ମଧ୍ୟ ବିଜେଡି ବିଧାୟକ ଉଦ୍ୟମ କରିଥିଲେ।

ଚିକିଟି ମଦ ମୃତ୍ୟୁ ଘଟଣାରେ ବୁଧବାର ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀ ନିଲମ୍ବନ ହୋଇଥିବା ବେଳେ ବେଳେ ଗୁରୁବାର ୨ ଅଧିକାରୀଙ୍କୁ ବଦଳି କରାଯାଇଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ ବଦଳି ହୋଇଛି। ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି କୋରାପୁଟକୁ ବଦଳି ହୋଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି।

Share