ଥାନାରେ ଦଳିତଙ୍କୁ ନ୍ୟାୟ ମିଳୁନି

ରସୁଲପୁର,୩୧ା୭(ରଞ୍ଜିତ ରାଉତ):କୁଆଖିଆ ଥାନା ଅଧୀନ ବିଭିନ୍ନ ପଞ୍ଚାୟତର ଦଳିତ ଲୋକଙ୍କୁ ଥାନାରେ ନ୍ୟାୟ ମିଳୁନାହିଁ। ଫଳରେ ସାମାଜିକସ୍ତରରରେ ଦଳିତ ବର୍ଗର ଲୋକେ ନିର୍ଯାତିତ ହେଉଛନ୍ତି। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ସେମାନଙ୍କ ଧନ ସମ୍ପତ୍ତି ଅସୁରକ୍ଷିତ ହୋଇପଡୁଛି। ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇ ଦଳିତ ବର୍ଗର ଲୋକେ ନ୍ୟାୟ ଆଶାକରି ଥାନାର ଦ୍ୱାରସ୍ଥ ହେଉଛନ୍ତି। ମାତ୍ର ପୋଲିସ ସେମାନଙ୍କୁ ନ୍ୟାୟ ଦେବା ବଦଳରେ ବାରମ୍ବାର ଦୌଡ଼ାଉଛି। ଅଭିଯୋଗକୁ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହେବାକୁ ପଡୁଛି। ଅଧିକାରୀଙ୍କ ହସ୍ତକ୍ଷେପ ପରେ କେତେକ କ୍ଷେତ୍ରରେ ଥାନାରେ ମାମଲା ରୁଜୁ ହେଉଛି। ହେଲେ ତଦନ୍ତ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉନାହିଁ। ପୋଲିସର ପରୋକ୍ଷ ସମର୍ଥନରେ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳରେ ଅରାଜକତା ସୃଷ୍ଟି କରିବା ସହ ଦଳିତ ପରିବାରକୁ ନିଶାଣା କରୁଛନ୍ତି। ପୋଲିସର ଏହି ପକ୍ଷପାତିତା ଓ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଏକ ଖବରଦାତା ସମ୍ମିଳନୀରେ ଚେତାବନୀ ଦେଇଛି ଆମ୍ବେଡକର ଚାରିଟେବୁଲ ଟ୍ରଷ୍ଟ ଓ ଯାଜପୁର ଜିଲା ମିଳିତ କ୍ରିୟାନୁଷ୍ଠାନ କମିଟି।
କୁଆଖିଆ ବଜାରସ୍ଥିତ ଟ୍ରଷ୍ଟ୍‌ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ମିଳନୀରେ ସଂଗଠନର ସଭାପତି ଗୟାଧର ମଲିକ କହିଛନ୍ତି, ବିଭିନ୍ନ ସ୍ଥାନରେ ଘଟିଥିବା ଘଟଣାରେ ଦଳିତଙ୍କୁ ଥାନାରୁ ନ୍ୟାୟ ମିଳି ପାରୁନାହିଁ। ମାମଲାକୁ ନେଇ ତଦନ୍ତ ଅଧିକାରୀମାନେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏହାକୁ ଟ୍ରଷ୍ଟ ଓ କମିଟି ପକ୍ଷରୁ ବିରୋଧ କରାଯିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରାଯାଉଛି। ଏଥିସହ ତଦନ୍ତ ଭାର ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀମାନଙ୍କ ଦ୍ୱାରା କରାଯିବାକୁ ସେ ନିବେଦନ କରିଛନ୍ତି। ଏସବୁ ସତ୍ତ୍ୱେ ପୋଲିସର କାର୍ଯ୍ୟଧାରାରେ ପରିବର୍ତ୍ତନ ନ ଘଟିଲେ ଟ୍ରଷ୍ଟ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।
ମଲିକ ଉଦାହରଣ ଦେଇ କହିଛନ୍ତି ଯେ, ଥାନା ଅଧୀନ ଶ୍ରୀବନ୍ତପୁର ପଞ୍ଚାୟତ ବାଉଁଶଅଂଟା ଗ୍ରାମର ଅଜୟ ପାଇକରା ପରିବାରର ପିଲାଙ୍କୁ ବିଦ୍ୟାଳୟରେ ପାଠପଢ଼ିବାକୁ ବାରଣ କରାଯାଇଛି। ସର୍ବସାଧାରଣ ଜଳାଶୟର ଗାଧୁଆତୁଠ ନିକଟରେ ଦୋକାନ ଖୋଲି ଦଳିତ ପରିବାର ଝିଅବୋହୂଙ୍କୁ ପୁଷ୍କରିଣୀ ବ୍ୟବହାରରେ ବାଧା ସୃଷ୍ଟି କରାଯାଇଛି। ଦଳିତଙ୍କ ପୈତୃକ ସମ୍ପତ୍ତିକୁ ଜବରଦଖଲ କରାଯାଇଛି। ଏଭଳି ଘଟଣାକୁ ବିରୋଧ କରିବାରେ ଅଭିଯୁକ୍ତମାନେ ଦଳିତ ପରିବାରର ମହିଳାମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରଧର କରିବା ଭଳି ସ୍ଥିତି ଉପୁଜିଥିଲା ା ଏନେଇ ଅଜୟ ଓ ତାଙ୍କ ପରିବାର ଥାନାରେ ଏକାଧିକ ଥର ଅଭିଯୋଗ କରିଥିଲେ। ହେଲେ ପୋଲିସ ସେମାନଙ୍କ ଅଭିଯୋଗକୁ ଗ୍ରହଣ କରି ନ ଥିଲା। ମାମଲାକୁ ନେଇ ଅଭିଯୋଗକାରୀ ଏସ୍‌ଡିପିଓଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାସତ୍ତ୍ୱେ ବି ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ପୋଲିସ ନିଷ୍କ୍ରିୟତାର ସୁଯୋଗରେ ଅଭିଯୋଗକାରୀ ଚଳିତ ମାସ ୧୫ ତାରିଖରେ ସଂଘବଦ୍ଧ ଭାବେ ଅଜୟଙ୍କ ପରିବାରକୁ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ ଅଭିଯୋଗକାରୀ ପରିବାର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରିବା ସହ ଅଭିଯୁକ୍ତମାନଙ୍କୁ ୧୦ଦିନ ଭିତରେ ଗିରଫ କରିବା ଓ ମାମଲାର ତଦନ୍ତ ଦାୟିତ୍ୱ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀଙ୍କୁ ପ୍ରଦାନ କରି ଗରିବ ସଅର ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏଥିରେ ବ୍ୟତିକ୍ରମ ଘଟିଲେ ଟ୍ରଷ୍ଟ ପକ୍ଷରୁ ଥାନା ଘେରାଉ କରାଯିବ ବୋଲି ସଭାପତି ମଲିକ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କୁଆଖିଆ ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକଙ୍କୁ ପଚାରିବାରେ ସେ କହିଛନ୍ତି, ଟ୍ରଷ୍ଟର ସଦସ୍ୟ କେହି ତାଙ୍କୁ ଭେଟିନାହାନ୍ତି କି ଆନ୍ଦୋଳନ ସମ୍ପର୍କରେ ସେ ଅବଗତ ନାହାନ୍ତି। ଅଭିଯୋଗ ହେଉଥିବା ଘଟଣା ସମ୍ପର୍କରେ ଅବଗତ ଅଛନ୍ତି। ଘଟଣାରେ ୨ କେସ୍‌ ରୁଜୁ କରାଯାଇଛି। ଉଭୟ ପକ୍ଷରୁ ଜଣେ ଲେଖାଏ ଗିରଫ ହୋଇଛନ୍ତି। ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ସେମାନଙ୍କୁ କାବୁ କରିବା ପାଇଁ ପୋଲିସ ପକ୍ଷରୁ ତନଘନା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

ନଦୀ ପାର୍‌ ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧ, ଆଜି ମିଳିଲା ମୃତଦେହ

ତୁମୁଡ଼ିବନ୍ଧ,୨୨ା୯(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍‌ ଗଲେ ଦମ୍ପତି

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଓଡ଼ିଶାରେ ଜନ ଭାଗୀଦାରିରେ ଚାଲୁଛି ସରକାର: ଉପମୁଖ୍ୟମନ୍ତ୍ରୀ

ଜଗତ୍‌ସିଂହପୁର,୨୨।୯ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଶନିବାର ରାଜ୍ୟର ଭାଜପା ସରକାରଙ୍କ ୧୦୦ ଦିନ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri