କାଳିଆ ଯୋଜନାକୁ ନେଇ ଏହି ବଡ଼ ଘୋଷଣା କଲେ ରାଜ୍ୟ ସରକାର: ଜାଣନ୍ତୁ..

ଭୁବନେଶ୍ୱର,୯।୮(ବ୍ୟୁରୋ): ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିବା ଜଣାପଡ଼ିବା ପରେ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ହେଲେ ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି। ସମ୍ପ୍ରତି ରାଜ୍ୟରେ ଲାଗି ରହିଥିବା କୋଭିଡ ସ୍ଥିତି ଓ ଖରିଷ ଚାଷକୁ ଦୃଷ୍ଟିରେ ରଖି ଚାଷୀଙ୍କ ଉପରେ ଟଙ୍କା ଫେରସ୍ତର ଚାପ ନଦେବାକୁ ନିଷ୍ପତ୍ତି ନିଆଯାଇଛି। ରବିବାର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। ସବୁ ଜିଲାର କୃଷି ଅଧିକାରୀଙ୍କୁ ଏ ସଂକ୍ରାନ୍ତରେ ଚିଠି କରାଯାଇଥିବା ସୂଚନା ମିଳିଛି।

Share