କାମ ଦେଉନି ଏମ୍‌ଡିଙ୍କ ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ,୧୩।୧୧: ସମସ୍ୟା ଏବଂ ଦୁର୍ନୀତିକୁ ନେଇ ଯାହା ପାଖରେ ଗୁହାରି କରାଯାଉଛି ସେମାନେ କିଛି ଶୁଣୁ ନାହାନ୍ତି। ବରଂ ସମସ୍ୟାର ବଳୟ ଭିତରେ ଅଭିଯୋଗକାରୀ ଆହୁରି ଛଟପଟ ହେଉଛନ୍ତି। ଏଭଳି ଅବ୍ୟବସ୍ଥାକୁ ଦେଖି କେତେଜଣ ଦୁର୍ନୀତିଖୋର ସରକାରୀ ଅଧିକାରୀ ଖୁସି ଅନୁଭବ କରୁଛନ୍ତି। ବରଂ କେତେଜଣ ପ୍ରଭାବଶାଳୀ ରାଜନେତାଙ୍କ ଇଙ୍ଗିତରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ଓ ତାହାର ରିପୋର୍ଟ ଦାଖଲ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଯାଜପୁର ଜିଲା ଯୋଗାଣ ବିଭାଗରେ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି। ପରିବହନ ପାଇଁ ଲେବୁଲ-୨ ଠିକାଦାର ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଏବଂ ଗତ ୨୯ା୧୦ା୨୦୨୧ରେ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ବିଶ୍ୱଜିତ କେଶରୀ ଦାସଙ୍କ ତଦନ୍ତ ନିର୍ଦ୍ଦେଶ ଉପରେ ଜିଲା ଯୋଗାଣ ଅଧିକାରୀ(ସିଏସ୍‌ଓ) ନୀରବ ସାଜିଛନ୍ତି। ଏପରିକି ଏହି ଅନିୟମିତତା ପ୍ରସଙ୍ଗରେ ସୁକିନ୍ଦା ବିଧାୟକଙ୍କ ହସ୍ତକ୍ଷେପକୁ ମଧ୍ୟ ଏଡାଇ ଦିଆଯାଇଛି। ଫଳରେ ନିଗମର ଏମ୍‌ଡି ଦାସ ଉଦ୍‌ବେଗ ପ୍ରକାଶ କରିବା ସହ ଶୁକ୍ରବାର ଯାଜପୁର ସିଏସ୍‌ଓଙ୍କୁ ପୁଣି ଥରେ ଆବଶ୍ୟକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଘଟଣାକ୍ରମରେ ପରିବହନ ଠିକାଦାର ନିଯୁକ୍ତିରେ ଏକ ବଡଧରଣର ମୂଲଚାଲ ହେବା ସହ ଟେଣ୍ଡର ଫିକ୍ସିଂ ହୋଇଥିବା ସନ୍ଦେହକୁ ଆହୁରି ଘନୀଭୂତ କରିଛି।
ଯାଜପୁର ଜିଲାରେ ପରିବହନ ଠିକାଦାର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଟେଣ୍ଡର ଆବେଦନକାରୀ ପବିତ୍ର ମୋହନ ଘଡେଇ ଓ ଦିଲୀପ କୁମାର ସାମଲ ପୂର୍ବରୁ ଅଭିଯୋଗ କରିଥିଲେ। ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଏହାକୁ ସମର୍ଥନ କରିବା ସହ ଉକ୍ତ ଅଭିଯୋଗକୁ ନିଗମ ଏମ୍‌ଡିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଉକ୍ତ ଅଭିଯୋଗ ଉପରେ ତଦନ୍ତ ସହ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମ୍‌ଡି ଦାସ ଯାଜପୁର ସିଏସ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଉକ୍ତ ନିର୍ଦ୍ଦେଶର ୧୪ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କୌଣସି ରିପୋର୍ଟ ଏମ୍‌ଡିଙ୍କ ନିକଟକୁ ପହଞ୍ଚି ନାହିଁ। ଇତିମଧ୍ୟରେ ଆଉ ଜଣେ ଆବେଦନକାରୀ ଶଙ୍କର୍ଷଣ ସାହୁ ମଧ୍ୟ ଉକ୍ତ ଇ-ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା ହୋଇଥିବା ନେଇ ଯାଜପୁର ଜିଲାପାଳ ତଥା ଏମ୍‌ଡି ଦାସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅଭିଯୋଗ ଉପରେ ମଧ୍ୟ ଏମ୍‌ଡି ଦାସ ଗତ ୫ା୧୧ା୨୦୨୧ରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ଶଙ୍କର୍ଷଣ ସାହୁଙ୍କ ଅଭିଯୋଗ ଅନୁସାରେ ସେ ଯାଜପୁର ପୌରାଞ୍ଚଳ ସମେତ ଦଶରଥପୁର, ବିଞ୍ଝାରପୁର ଓ ସୁକିନ୍ଦା ବ୍ଲକ ପାଇଁ ଆବେଦନ କରିଥିଲେ। ତାଙ୍କ ଆବେଦନ ଯେଉଁ କାରଣରୁ ନାକଚ ହୋଇଛି ଅନ୍ୟମାନଙ୍କ ଆବେଦରେ ସେହି କାରଣ ଥିଲେ ମଧ୍ୟ ସେମାନେ ଠିକାଦାର ନିଯୁକ୍ତି ସୁଯୋଗ ଦିଆଯାଇଛି । ଯାଜପୁର ଜିଲାରେ ଗରିବ ଲୋକଙ୍କ ପାଇଁ ଉର୍ଦ୍ଦିଷ୍ଟ ସରକାରୀ ଚାଉଳ ରିସାଇକ୍ଲିଂ ହେଉଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଛି। ପରିବହନ ଖର୍ଚ୍ଚ ବାବଦକୁ ଗାଡ଼ି ମାଲିକମାନେ ଆଦୌ ଲାଭବାନ ହୋଇ ନ ଥାନ୍ତି। ବରଂ ଚାଉଳ ପରିବହନରେ ଚଞ୍ଚକତା କରି ମାଲମାଲ ହେଉଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଚଳିତ ବର୍ଷ ଟେଣ୍ଡର ପ୍ରକ୍ରିୟାରେ ଧାର୍ଯ୍ୟଦରଠାରୁ ସର୍ବାଧିକ ୫୨ ପ୍ରତିଶତ କମରେ ନିଯୁକ୍ତି ପାଇଛନ୍ତି। ରସୁଲପୁର ବ୍ଲକ ପାଇଁ ଠିକାଦାର ଅକ୍ଷୟ କୁମାର ସ୍ବାଇଁ ଏହି ଦରରେ ନିଯୁକ୍ତି ପାଇଛନ୍ତି। ଅର୍ଥାତ ରସୁଲପୁରକୁ କୁଇଣ୍ଟାଲ ପିଛା ୪୨.୮୬ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ସେ ୨୦.୩୩ ଟଙ୍କାରେ ଏବଂ ଧର୍ମଶାଳା ବ୍ଲକ ପାଇଁ ଧାର୍ଯ୍ୟ ୩୮.୯୮ ଟଙ୍କା ରହିଥିଲାବେଳେ ୨୦.୫୩ ଟଙ୍କାରେ ସେ ଚାଉଳ ପରିବହନ କରିବେ। ଅନୁରୂପ ଭାବେ ବରୀ ବ୍ଲକ ପାଇଁ ସୀମର କୁମାର ବିଶ୍ୱାଳ ୫୦ ପ୍ରତିଶତ କମରେ ଟେଣ୍ଡର ହାତେଇଛନ୍ତି। ଏଥିରେ ଠିକାଦାରମାନେ ଲାଭ ପାଆନ୍ତୁ କି ନ ପାଆନ୍ତୁ ଚାଉଳ ବିକ୍ରୀ କରି ମାଲାମାଲ ହେବାର ମସୁଧା କରୁଛନ୍ତି ଏବଂ ଏହାକୁ ଯୋଗାଣ ବିଭାଗ ପରୋକ୍ଷରେ ସହଯୋଗ କରି ଆସୁଥିବାରୁ ତଦନ୍ତ ନିର୍ଦ୍ଦେଶକୁ ମଧ୍ୟ ଗିଳି ଦେଉଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାଁଙ୍କ ମତାମତ ନେବାକୁ ତାଙ୍କ ଅଫିସିଆଲ ମୋବାଇଲ ନମ୍ବରକୁ ଫୋନ କରାଯାଇଥିଲା ା ହେଲେ ସେ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri