ଭୁବନେଶ୍ୱର, ୧୩।୫(ବ୍ୟୁରୋ): ନିଜ କର୍ମଚାରୀଙ୍କ ସୁବିଧା ଓ ମାନସିକ ସୁସ୍ଥତା ପାଇଁ ସଂସ୍ଥା କୋଭିଡ୍ କେୟାର ହୋମ୍ କରିପାରିବେ। ୧୦ରୁ ୨୦ ଜଣ ରୋଗୀଙ୍କ ପାଇଁ ଏହି କୋଭିଡ୍ କେୟାର ହୋମ୍ କରାଯାଇପାରିବ। ଏଥିନିମନ୍ତେ ବଡ଼ ସଂସ୍ଥାମାନଙ୍କୁ କେୟାର ସେଣ୍ଟର ପାଇଁ ଅନୁମତି ମିଳିବ। ଏ ନେଇ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।