Advertisement

୪୩ ରୁଟ୍‌ରେ ଆଜିଠୁ ଗଡ଼ିବ ଓଏସ୍‌ଆର୍‌ଟିସି ବସ୍‌

ଭୁବନେଶ୍ୱର,୬।୭(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ବସ୍‌ ମଙ୍ଗଳବାରଠାରୁ ୪୩ଟି ରୁଟ୍‌ରେ ଚଳାଚଳ କରିବ। କାଟେଗୋରି-ଏରେ ଥିବା ଜିଲାଗୁଡ଼ିକରେ ଏହି ରୁଟ୍‌ଗୁଡିକ ଅବସ୍ଥିତ। ଓଏସ୍‌ଆର୍‌ଟିସିର ୧୬ଟି ଡିପୋରୁ ଏହି ବସ୍‌ ଚଳାଚଳ କରିବ ବୋଲି ଓଏସ୍‌ଆର୍‌ଟିସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ଏସବୁ ବସ୍‌ରେ କୋଭିଡ୍‌ ନିୟମକୁ କଡ଼ାକଡ଼ି ପାଳନ କରାଯିବ। ବସ୍‌ଗୁଡ଼ିକରେ କେବଳ ବସିବା କ୍ଷମତା ଅନୁସାରେ ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ। କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯିବାକୁ ଅନୁମତି ଦିଆଯିବ ନାହିଁ। ମାସ୍କ ପିନ୍ଧି ନ ଥିବା ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ।
ସଂକ୍ରମଣ କମିଥିବା ୨୦ଟି ଜିଲାରେ ରାଜ୍ୟ ସରକାର ଜୁନ୍‌ ୩୦ ତାରିଖରେ କଟକଣା କୋହଳ କରିଥିଲେ। ଏଥିସହିତ ସେସବୁ ଜିଲାଗୁଡ଼ିରେ ବସ୍‌, ଅଟୋ ଓ ଟ୍ୟାକ୍ସି ପରିବହନକୁ ଅନୁମତି ଦେଇଥିଲେ। ଅନ୍ୟପକ୍ଷରେ କାଟେଗୋରି-ବିରେ ଥିବା ଉପକୂଳବର୍ତ୍ତୀ ୧୦ଟି ଜିଲାରେବସ୍‌ ଚଳାଚଳକୁ ଅନୁମତି ଦିଆଯାଇନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share