ବିଧାନସଭାରେ ଉଠିଲାନି ଓଏସ୍‌ଓୟୁ ପ୍ରସଙ୍ଗ

ସମ୍ବଲପୁର,୫।୧୦(ଶୁଭାଶିଷ ପାଢ଼ୀ): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ) ବନ୍ଦ ହେବାକୁ ଯାଉଥିବା ବେଳେ ଓଏସ୍‌ଓୟୁ ବଞ୍ଚାଓ ଅଭିଯାନ ଓ ପ୍ରାୟ ୭୦ ସାମାଜିକ ଅନୁଷ୍ଠାନ ବିଭିନ୍ନ ଉପାୟରେ ପ୍ରତିବାଦ କରିଛନ୍ତି। ପଶ୍ଚିମ ଓଡ଼ିଶା ସମେତ ସମଗ୍ର ରାଜ୍ୟର ଛାତ୍ରୀଛାତ୍ର ନିର୍ଭର କରୁଥିବା ଏହି ବିଶ୍ୱବିଦ୍ୟାଳୟ ବନ୍ଦ ହେବା ପ୍ରସଙ୍ଗ ଉପରେ ବିଧାନସଭାରେ ବିରୋଧୀ ସ୍ବର ଉତ୍ତୋଳନ କଲେ ନାହିଁ। କେବଳ ଜନସ୍ବାର୍ଥ ନ ଥିବା ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମଧ୍ୟରେ ଟଣାଓଟରା ଲାଗିରହିଲା। ଶେଷରେ ପ୍ରାୟ ୭ଦିନ ଧରି ହେବାକୁ ଥିବା ବିଧାନସଭା ଅଚଳ ହୋଇଯାଇଥିଲା। ବିରୋଧୀଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି ପୂର୍ବରୁ ଦୃଢୋକ୍ତି କରିଥିଲେ। ହେଲେ ସେ ମଧ୍ୟ ଭୁଲିଗଲେ।

ଓଏସ୍‌ଓୟୁ ବଞ୍ଚାଓ ଅଭିଯାନର ଆବାହକ ମହେନ୍ଦ୍ର ମିଶ୍ର କହିଛନ୍ତି, ଏହା କେବଳ ସମ୍ବଲପୁର ଜିଲାର ସମସ୍ୟା ନୁହେଁ। ଏତେବଡ ଶିକ୍ଷାନୁଷ୍ଠାନ ବନ୍ଦ ହେବାକୁ ବସିଛି। ଲୋକମାନେ ଆର୍‌ଡିସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଥିଲେ। କୌଣସି ଜନପ୍ରତିନିଧି ବିଧାନସଭାରେ ପ୍ରସଙ୍ଗ ଉଠାଇଲେ ନାହିଁ। ବିରୋଧୀଦଳ ନେତା ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି ପୂର୍ବରୁ କହିଥିଲେ। ହେଲେ ସେ କିଭଳି ଭୁଲିଗଲେ ବୋଲି ଆଲୋଚନା ହେଉଛି। ବିଧାନସଭାରେ ପ୍ରସଙ୍ଗ ଉଠିଥିଲେ ସରକାର କ୍ରିୟାଶୀଳ ହୋଇ କିଭଳି ବିଶ୍ୱବିଦ୍ୟାଳୟ ଆଗକୁ ଚାଲିବ ସେ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଥିଲା। ତାହା ହୋଇପାରିଲା ନାହିଁ। ବିରୋଧୀ ଦଳ ନେତା ଜୟନାରାୟଣ ସମ୍ବଲପୁର ବିଧାୟକ ହୋଇଥିବାରୁ ତାଙ୍କ ଉପରେ ଅଧିକ ଭରସା ରହିଥିଲା। ଏବେ ସରକାର ନିଷ୍ପତ୍ତି ନିଅନ୍ତୁ, ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ରୂପ ଭିନ୍ନ ହୋଇପାରେ ବୋଲି କହିଥିଲେ। ଅନ୍ୟପଟେ ବିରୋଧୀଦଳ ନେତା ଜୟନାରାୟଣ କହିଛନ୍ତି, ଓଏସ୍‌ଓୟୁ ପ୍ରସଙ୍ଗ ବିଧାନସଭାରେ ଉଠାଇବା ପାଇଁ କହିଥିଲେ। ହେଲେ ସମୟ ଅଭାବ ଯୋଗୁ ହୋଇପାରିଲା ନାହିଁ। ୭ଦିନିଆ ବିଧାନସଭାରେ ଶାସକ ଦଳ ଅଚଳ କରିଦେଉଥିଲେ। ଲୋକଙ୍କ ପ୍ରସଙ୍ଗ ଓ ସମସ୍ୟା ଉପରେ ଆଲୋଚନା କରିବାକୁ ଦେଉ ନ ଥିଲେ। ଏହି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ୨୦୧୫ରେ ସମ୍ବଲପୁରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଥିପାଇଁ ବିଧାନସଭାରେ ସ୍ବତନ୍ତ୍ର ଆଇନ ମଧ୍ୟ ହୋଇଛି। ପ୍ରଥମ ବର୍ଷ ୨୨୫ ଛାତ୍ରୀଛାତ୍ର ନାମ ଲେଖାଇଥିବା ବେଳେ ଏବେ ସଂଖ୍ୟା ୧ ଲକ୍ଷରୁ ଊର୍ଦ୍ଧ୍ୱ ହୋଇସାରିଛି। ପ୍ରାୟ ୪୨ ହଜାରରୁ ଅଧିକ ଛାତ୍ରୀଛାତ୍ର ଏଠାରୁ ପାସ୍‌ କରିସାରିଛନ୍ତି। ଗୋଶାଳା ବସନ୍ତପୁରରେ ୪୦ ଏକର ଜମି ବିଶ୍ୱବିଦ୍ୟାଳୟ ନାମରେ କରାଯାଇଛି। ସ୍ଥାୟୀ କ୍ୟାମ୍ପସ୍‌ ନିର୍ମାଣାଧୀନ ରହିଛି। ତିଆରି ହେଉଥିବା ଘର ଠିକ୍‌ ସମୟରେ ସରିଲା ନାହିଁ। ଶିକ୍ଷକ, ଅଣଶିକ୍ଷକ ଅଭାବ ଓ ନିଜସ୍ବ ଘର ନ ଥିବାରୁ ନାକ୍‌ ସ୍ବୀକୃତି ହରାଇଥିଲା। ନାକ୍‌ ଅନୁମତି ନ ଥିବାରୁ ୟୁଜିସି ପାଠ୍ୟକ୍ରମ ପାଇଁ ଅନୁମତି ଦେଲେ ନାହିଁ। ଏହାକୁ ନେଇ ଗତ ଶୁକ୍ରବାର ଆର୍‌ଡିସି ଅଫିସ ସମ୍ମୁଖରେ ମାନବ ଶୃଙ୍ଖଳ କରି ଏକାଧିକ ଅନୁଷ୍ଠାନ ପ୍ରତିବାଦ କରିଥିଲେ। ସାରା ରାଜ୍ୟରେ ଘରେ ଘରେ ପହଞ୍ଚତ୍ପାରିଥିବା ଏହି ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮।୧୦: ପୁରୀରେ ପୁଣି ବୁଲିଲା ଭୁଜାଲି। କୌଣସି ସାଧାରଣ ଲୋକ ନୁହେଁ ଦୁର୍ବୃତ୍ତ ଜଣେ ସେବାୟତଙ୍କୁ ଭୁଜାଲିରେ ହାଣି ଦେଇଛନ୍ତି। ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

୨ ଦିନ ଏହି ୧୪ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୮।୧୦: ଶୁକ୍ରବାର ଓ ଶନିବାର ୧୪ ଜିଲାରେ ପ୍ରବଳ ବର୍ଷିବ। ତେବେ ବର୍ଷାକୁ ନେଇ ଏହି ୧୪ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ...

ଘରୋଇ ହସ୍ପିଟାଲ ନାଁରେ ଅଙ୍ଗ ଚୋରି ଅଭିଯୋଗ: କବରତଳୁ କଢ଼ାହେଲା ମୃତଦେବ 

କଟକ,୧୮।୧୦: କଟକର ଏକ ଘରୋଇ ହସ୍ପିଟାଲ ବିରୋଧରେ ଅଙ୍ଗ ଚୋରି ଅଭିଯୋଗ ହୋଇଛି। କନ୍ଧମାଳ ବାଲିଗୁଡାର ବାବୁଲା ଦିଗାଲଙ୍କ ଅଙ୍ଗ ଚୋରି ହୋଇଥିବା ନେଇ ତାଙ୍କ...

ଜୟନାରାୟଣଙ୍କ ବିସ୍ଫୋରକ ବୟାନ୍‌: ଖୁବ୍‌ଶୀଘ୍ର ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ,ଯୋଗାଯୋଗରେ ଅଛନ୍ତି…

ଭୁବନେଶ୍ୱର,୧୮।୧୦: ଭାଜପା ବିଧାୟକ ଜୟନାରାୟଣ ମିଶ୍ର ଶୁକ୍ରବାର ଏକ ଭବିଷ୍ୟବାଣୀ କରିଛନ୍ତି। ଖୁବ୍‌ଶୀଘ୍ର ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ବିଜେଡିର...

କଟକରେ ଭାଙ୍ଗିଲା ତୋରଣ: ଚାପି ହୋଇଗଲା କାର୍‌, ବାଇକ୍‌

କଟକ,୧୮।୧୦(ଶିଳ୍ପା ପ୍ରିୟଦର୍ଶିନୀ): କଟକ ନେତାଜୀ ବସ୍‌ ଟର୍ମିନାଲ ନିକଟରେ ଏକ ଅଘଟଣ ଘଟିଛି। ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଲାଇଟ...

ହିଞ୍ଜିଳିରେ ତେଜିଲା ରାଜନୈତିକ ହିଂସା: ସମିତି ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ହିଞ୍ଜିଳିକାଟୁ ,୧୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ପଞ୍ଚାୟତରେ ଶୁକ୍ରବାର ରାଜନୈତିକ ହିଂସା ଦେଖା ଦେଇଛି। ସମିତି ସଭ୍ୟ ଇପିଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri