ଭୁବନେଶ୍ୱର, ୨୧।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟରେ ରଖି ଓଡ଼ିିଶା ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସ୍ଏସ୍ସି) ଦ୍ୱାରା ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଲାଇବ୍ରେରିଆନ ଆଣ୍ଟ ଆସିଷ୍ଟାଣ୍ଟ ଲାଇବ୍ରେରିଆନ-୨୦୧୭ ପଦବୀ ପାଇଁ ୨୦।୪।୨୦୨୧ରେ ହେବାକୁ ଥିବା କମ୍ପ୍ୟୁଟର ସ୍କିଲ୍ ଟେଷ୍ଟକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସେହିପରି ଫୁଡ୍ ସେଫ୍ଟି ଅଫିସର-୨୦୧୯ ପଦବୀ ନିମନ୍ତେ ମୁଖ୍ୟ ଲିଖିତ ପରୀକ୍ଷାର ଆଡ୍ମିଶନ ଲେଟର ପରୀକ୍ଷାର୍ଥୀମାନଙ୍କ ପାଖକୁ ପଠାଯାଇଥିବାବେଳେ, ଉକ୍ତ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡମିଶନ ଲେଟରକୁ ଭବିଷ୍ୟତରେ ବ୍ୟବହାର ନିମନ୍ତେ ପାଖରେ ରଖିବାକୁ କୁହାଯାଇଛି। ଏଥିସହିତ ପରବର୍ତ୍ତୀ ଆଦେଶ ସମ୍ପର୍କରେ ଜାଣିବା ପାଇଁ ପରୀକ୍ଷାର୍ଥୀମାନେ ନିୟମିତ କମିଶନଙ୍କ www.ossc.gov.in ଓ୍ବେବସାଇଟକୁ ଯାଞ୍ଚ କରିବାକୁ କୁହାଯାଇଛି।