ରାଜଧାନୀର ଆଉ ୧୧ ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର,୮।୧(ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ରାଜଧାନୀର ୧୧ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏକାଧିକ କୋଭିଡ ପଜିଟିଭ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଉତ୍ତର ଜୋନର ନିଳାଦ୍ରିବିହାର ବୁଦ୍ଧ ପାର୍କ ପ୍ଲଟ ନଂ ୨୦୮, ପ୍ଲଟ ନଂ ଏସ-୫ରୁ ଏକାଧିକ ପଜିଟିଭ ବାହାରିବା ପରେ ଏହି ପଦକ୍ଷେପ ନିଆଯାଇଛି। ସେହିପରି ସତ୍ୟବିହାର ପ୍ଲଟ ନଂ ୧୦୯୪, ଗଜପତି ନଗର ପ୍ଲଟ ନଂ ୧୦୩କୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଦକ୍ଷିଣ-ପୂର୍ବ ଜୋନ ବମିଖାଲ ପ୍ଲଟ ନଂ ୨୨୩, ସହିଦନଗର ଆଙ୍ଗନ ରେଷ୍ଟୁରାଣ୍ଟ ପାଖ ପ୍ଲଟ ନଂ ୨୦, ଖାରବେଳନଗର ପ୍ଲଟ ନଂ ୯, ଟଙ୍କପାଣି ରୋଡ ପ୍ଲଟ ନଂ ୧୯-ବି, ପୁରୁଣା ଭୁବନେଶ୍ୱର ପ୍ଲଟ ନଂ -୧୪, ଗଙ୍ଗଯୁମୁନା ରୋଡ ପ୍ଲଟ ନଂ ୩୩୧୪କୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ସବୁ ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବ । ଏହା ସହ କଣ୍ଟେନମେଣ୍ଟ ଜୋନରେ ସାନିଟାଇଜ କରିବା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି ।

Share