Categories: ବାଣିଜ୍ୟ

୧୨.୫ ବିଲିୟନ ଡଲାର ଛୁଇଁବ ଓଟିଟି ବଜାର

ମୁମ୍ବାଇ, ୧୯।୭: ବର୍ଷ ୨୦୨୧ରେ ଭାରତର ଭିଡିଓ ଓଟିଟି ବଜାର ୧.୫ ବିଲିୟନ ଡଲାର ରହିଛି। ଏହା ୨୦୩୦ ବେଳକୁ ୧୨.୫ ବିଲିୟନ ଡଲାର ଛୁଇଁପାରେ। ଉନ୍ନତ ନେଟଓ୍ବର୍କ, ଡିଜିଟାଲ ସଂଯୋଗ, ସ୍ମାର୍ଟଫୋନ ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ଆର୍‌ବିଏସ୍‌ଏ ଆଡଭାଇଜର୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଓଟିଟି କ୍ଷେତ୍ରରେ ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ଭାରତର ଟାୟାର-୨,୩ ଏବଂ ୪ ସହରଗୁଡ଼ିକରୁ ହେବ। ବିଶେଷ କରି ଭାରତୀୟ ଭାଷାଭାଷୀ ଲୋକମାନେ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ବର୍ତ୍ତମାନ ଦୈନିକ ଭିତ୍ତିରେ ଏହି ପ୍ଲାଟଫର୍ମଗୁଡିକରେ ଗ୍ରାହକଙ୍କ ସଂଖ୍ୟା ବୃହତ୍‌ ମାତ୍ରାରେ ବୃଦ୍ଧି ପାଉଛି। ସବସ୍କ୍ରାଇବରଙ୍କ ପ୍ରମୁଖ ପ୍ଲାଟଫର୍ମଗୁଡିକ ମଧ୍ୟରେ ଡିଜନୀ ପ୍ଲସ, ହଟଷ୍ଟାର, ଆମାଜନ ପ୍ରାଇମ ଭିଡିଓ ଏବଂ ନେଟଫ୍ଲିକ୍ସ ରହିଛି। ସେହିଭଳି ସ୍ଥାନୀୟ ଏବଂ ଆଞ୍ଚଳିକ ସ୍ତରରେ ମଧ୍ୟ ଓଟିଟି ପ୍ଲେୟର ମାନେ ମଧ୍ୟ ନିଜର ୟୁଜରଙ୍କ ସଂଖ୍ୟା ବଢାଇବା ଦିଗରେ ବର୍ତ୍ତମାନ ସକ୍ଷମ ହୋଇଛନ୍ତି।

Share