ଅଭିନେତା ହେବା ପରେ ଭାଙ୍ଗିଯାଇଥିଲା ବାହାଘର

ବଲିଉଡର କିମ୍ବଦନ୍ତୀ ଅଭିନେତା ଅଶୋକ କୁମାରଙ୍କ ଆଜି ଜନ୍ମବାର୍ଷିକୀ। ତାଙ୍କୁ ବଲିଉଡ୍‌ର ଚିରସବୁଜ ଅଭିନେତା କୁହାଯାଉଥିଲା। କିନ୍ତୁ ସେ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତା ଯିଏ ହିରୋ ହେବାର ସୁଯୋଗ ପାଇଥିଲେ। ଏପରିକି ଲୋକମାନେ ତାଙ୍କୁ ଦାଦା ମୁନି ନାମରେ ଡାକନ୍ତି। ତାଙ୍କ ନାମ ହିଁ ଯଥେଷ୍ଟ ଥିଲା। କିନ୍ତୁ ପିଲାଦିନେ ଅଶୋକଙ୍କ ନାମ କୁମୁଦ ଲାଲ ଗାଙ୍ଗୁଲି ଥିଲା। ପରେ ସେ ତାଙ୍କ ନାମ ଅଶୋକ କୁମାରରେ ବଦଳାଇଲେ। କିନ୍ତୁ ତାଙ୍କୁ ଜଣେ ଅଭିନେତା ହେବା ସହଜ ନ ଥିଲା। ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା। କାରଣ ସେତେବେଳେ ଅଭିନୟ ଏକ ମଇଳା ବୃତ୍ତି ଭାବରେ ବିବେଚନା କରାଯାଉଥିଲା। ଅଶୋକ କୁମାର କହୁଥିଲେ, ସେତେବେଳେ ହିରୋଇନଙ୍କୁ କଲ୍‌ ଗର୍ଲ ଏବଂ ହିରୋଙ୍କୁ ଦଲାଲ ଆଖ୍ୟା ଦିଆଯାଇଥିଲା। ଅଶୋକ କୁମାର ଜଣେ ଅଭିନେତା ହେବା କଥା ତାଙ୍କ ଘରେ ଅଶାନ୍ତି ଦେଖାଦେଇଥିଲା। ଏପରିକି ତାଙ୍କ ବିବାହ ଭାଙ୍ଗିଗଲା। ଏହାସତ୍ତ୍ୱେ ସେ ଅଭିନୟ ଛାଡି ନ ଥିଲେ। ଅଶୋକ କୁମାର ଦୁନିଆକୁ ବିଦାୟ ଦେବାର କୋଡିଏ ବର୍ଷ ବିତିଗଲାଣି । କିନ୍ତୁ ଆଜି ବି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।

Share