ଅଲିଭରିଡ୍‌ଲେ ଗଣ ଅଣ୍ଡାଦାନ ସ୍ଥଳ କ୍ଷତିଗ୍ରସ୍ତ

ଗଞ୍ଜାମ, ୯ା୬(ବିଦ୍ୟାଧର ସାହୁ) ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ବେଳାଭୂମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। କିଛିଦିନ ତଳେ ସାମୁଦ୍ରିକ ଝଡ଼ ‘ରେମାଲ’ ସୃଷ୍ଟି ହେବାଠାରୁ ସ୍ଥାନୀୟ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହୁଥିବା ଲକ୍ଷ୍ୟ କରାଯାଇଛି l ତେଣୁ ଉଚ୍ଚ ଲହଡି ମାଡ଼ ହେବା ଫଳରେ ଋଷିକୁଲ୍ୟା ବେଳାଭୂମି ସାମୁଦ୍ରିକ କଇଁଚ ଅଲିଭ୍‌ ରିଡଲେଙ୍କ ବିସ୍ତୀର୍ଣ୍ଣ ଗଣ ଅଣ୍ଡାଦାନ ସ୍ଥଳ ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ଭୌଗୋଳିକ ପରିବେଶ ପରିବର୍ତ୍ତନ ହୋଇଛି। ବିଶେଷକରି ଗଞ୍ଜାମ ବ୍ଲକର ଗୋଖରକୁଡ଼ାଠାରୁ ପ୍ରୟାଗି ମଧ୍ୟରେ ରହିଥିବା ଝାଉଁ ଓ କାଜୁ ଗଛଗୁଡିକ ଭୁଶୁଡି ପଡିଛି। ଅନ୍ୟପଟେ ଆୟର୍ଲାଣ୍ଡରେ ବର୍ତ୍ତମାନ ତିନୋଟି ମୁହାଁଣ ରହିଥିବା ଲକ୍ଷ୍ୟ କରାଯାଇଛି। ସେହିପରି ସାମୁଦ୍ରିକ କଇଁଚଙ୍କ ଗଣ ଅଣ୍ଡାଦାନ ବିସ୍ତୀର୍ଣ୍ଣ ବେଳାଭୂମି ସମୁଦ୍ର ଆଁ ମଧ୍ୟରେ ଲୀନ ହୋଇଯାଇଥିବା ସ୍ଥାନୀୟ ଅଞ୍ଚଳର ଯୁବ ପରିବେଶବିତ ରବିନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି । ଦିନକୁ ଦିନ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ବେଳାଭୂମି ଅବକ୍ଷୟ ହେବାରେ ଲାଗିଛିl ଏଥିପାଇଁ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା ପରିବେଶବିତ ମତବ୍ୟକ୍ତ କରିଛନ୍ତି ।

Share