ଚକ ଜମି ବିକି ପାରିବେ ମାଲିକ

ଭୁବନେଶ୍ୱର,୩୦।୫(ବ୍ୟୁରୋ): ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତୀକରଣ ନିବାରଣ ଅଧିନିୟମ-୧୯୭୨ର ଧାରା ୩୪ ଅନୁଯାୟୀ କୌଣସି ଚକଭୁକ୍ତ ଜମିର ବିଭକ୍ତୀକରଣ ଅଥବା ବିଭାଜନ ନିଷିଦ୍ଧ ଅଟେ। ଧାରା ୩୫ ଅନୁଯାୟୀ ଯଦି ଧାରା ୩୪କୁ ଉଲ୍ଲଂଘନ କରି କୌଣସି ଜମି ବିକ୍ରି କିମ୍ବା ବିଭାଜିତ ହୋଇଥିବ ତାହା ଅବୈଧ ବିବେଚତ ହେବ। ଉଲ୍ଲଂଘନକାରୀଙ୍କୁ ଜମିର ଉଚ୍ଛେଦ କରାଯିବ। ଏହି ଅଧିନିୟମର ‘ଚାପ୍ଟର ଭି’ର ଧାରା ୩୪ ଓ ୩୫କୁ ଉଚ୍ଛେଦ କରିବା ପ୍ରସ୍ତାବକୁ ସୋମବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏହି ସଂଶୋଧନ ଦ୍ୱାରା ଜମି ମାଲିକମାନେ ସେମାନଙ୍କର ଚକ ଜମି ବିକ୍ରି କିମ୍ବା ବିଭାଜନ କରିପାରିବେ। ପଟ୍ଟାଗୁଡ଼ିକର ମଧ୍ୟ ସଂଶୋଧନ ହୋଇପାରିବ। ଏହାଦ୍ୱାରା ଜମି ରେଜିଷ୍ଟ୍ରି ଶୁଳ୍କ ଓ ଅନ୍ୟାନ୍ୟ ଶୁଳ୍କର ଆଦାୟ ମଧ୍ୟ ବୃଦ୍ଧି ପାଇବ।

Share