ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କଲେ ବାର୍‌ ମାଲିକ, ଦେଲେ ଏମିତି ଦଣ୍ଡ; ଜାଣିଲେ…

ବାର୍ସାଲୋନା,୩ା୬: ସ୍ପେନ୍‌ର ଏକ ବାର୍‌ରେ କାମ କରୁଥିବା ଜଣେ ଯୁବତୀ ତାଙ୍କ ମାଲିକଙ୍କ ପ୍ରାଇଭେଟ ପାର୍ଟକୁ ଛୁରିରେ କାଟି ଦେଇଛନ୍ତି। କାରଣ ବାର୍‌ ମାଲିକ ତାଙ୍କୁ ବଳାତ୍କାର ପାଇଁ ଉଦ୍ୟମ କରୁଥିଲେ। ଏହି ଯୁବତୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ବାର୍‌ ମାଲିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ବାର୍ସାଲୋନାରେ ସେଣ୍ଟ୍‌ ଆଣ୍ଡ୍‌ୟ୍ୟୁ ଡେ ଲା ବାର୍ସାଙ୍କ ଏକ ରେଷ୍ଟୁରାଣ୍ଟରେ ଏହି ଘଟଣା ଘଟିଛି। ଯୁବତୀଙ୍କ କହିବା କଥା ତାଙ୍କ ମାଲିକ କିଛି ମାସ ହେଲା ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ। ଅନେକ ସମୟରେ ବଳପୂର୍ବକ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ। ଯାହାକୁ ସେ ବିରୋଧ କରିଆସୁଥିଲେ।

୩୦ ବର୍ଷୀୟା ଏହି ଯୁବତୀ ଜଣଙ୍କ ବାଂଲାଦେଶର। ତାଙ୍କୁ ମାଲିକ ବଳାତ୍କାର ଉଦ୍ୟମ କରିବା ପରେ ସେ ପୋଲିସକୁ ଡାକିଥିଲେ। କହିଥିଲେ ମାଲିକ ତାଙ୍କୁ ବହୁବାର ବଳାତ୍କାର ଉଦ୍ୟମ କରିବା ପରେ ସେ ଏମିତି ପଦକ୍ଷେପ ନେଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଥିବାରୁ ଅଧିକ ସୂଚନା ଦେବାକୁ ମନା କରିଛି। ଯାଞ୍ଚ ପରେ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିବ। ତେବେ ପୋଲିସ ଏକ ମାମଲା ରୁଜୁ କରି ଯୁବତୀଙ୍କୁ ଗିରଫ କରିଛି।

Share