ରାସ୍ତାରେ ବ୍ୟୁଟିପାର୍ଲର, ସ୍ପା ମାଲିକ

ଭୁବନେଶ୍ୱର,୧।୭: ପାଖରେ ପଇସା ନାହିଁ। ଚଳିବୁ କିପରି ବୋଲି ଅଭିଯୋଗ କରି ଗୁରୁବାର ରାଜରାସ୍ତାକୁ ଓହ୍ଲାଇଥିଲେ ଭୁବନେଶ୍ୱରର ବ୍ୟୁଟିପାର୍ଲର ଏବଂ ସ୍ପା ମାଲିକମାନେ। ବ୍ୟୁଟିପାର୍ଲର ସଂଘ କର୍ମକର୍ତ୍ତା ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ଜୟଦେବ ଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂଘର ଅଭିଯୋଗ ମୁତାବକ, ୨ ମାସ ହେଲା ସ୍ପା ଓ ବ୍ୟୁଟିପାର୍ଲର ବନ୍ଦ ରହିଛି। ଫଳରେ ମାଲିକ ଓ କର୍ମଚାରୀ ଅସୁବିଧାରେ ଅଛନ୍ତି। ତେଣୁ ସରକାର କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ବ୍ୟୁଟିପାର୍ଲର ଏବଂ ସ୍ପା’ ଖୋଲିବାକୁ ଅନୁମତି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।

Share