Advertisement

ବୁଗୁଡ଼ାରେ ମେଡିଶିନ ଷ୍ଟୋର ମାଲିକ କରୋନା ଆକ୍ରାନ୍ତ: ଷ୍ଟୋର ସିଲ୍‌ କଲା ଜିଲା ପ୍ରଶାସନ

ବୁଗୁଡା,୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରୁଥିବା ବେଳେ ବୁଗୁଡାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨ରେ ପହଞ୍ଚିଛି। ବୁଗୁଡା ଏନ୍‌ଏସିରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧ ହୋଇ ଥିବା ବେଳେ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଏହା ୬୧ରେ ପହଞ୍ଚି ଥିବା ଜଣାପଡିଛି। ଏ ନେଇ କେତେକ ପଞ୍ଚାୟତର ଗ୍ରାମରେ ସରପଞ୍ଚମାନେ ଶଟଡାଉନ ଘୋଷଣା କରିଛନ୍ତି। ସେହିପରି ସ୍ଥାନୀୟ ସହରରେ ମଧ୍ୟ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ୮ ଦିନ ପାଇଁ ଶଟଡାଉନ ଘୋଷଣା କରାଯାଇଛି। ଅମାନିଆ ମାନଙ୍କୁ ସାବାଡ କରିବା ପାଇଁ ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବୁଗୁଡା ସହର ମୁଖ୍ୟ  ସଡକ ପାଶର୍‌ବରେ ଥିବା ଏକ ମେଡିଶିନ ଷ୍ଟୋର ମାଲିକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଲା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଏଥି ସହିତ ତହସିଲଦାର ସଂଗ୍ରାମ କେଶରୀ ଜେନା, ବିଡିଓ ତନ୍ମୟ ପାତ୍ର ଓ ଏନଏସି ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ  ପୋଲିସ ପ୍ରଶାସନ ଉପସ୍ଥିତିରେ ଉକ୍ତ ମେଡିଶିନ ଷ୍ଟୋରକୁ ସିଲ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share