Categories: ଫୁରସତ

କୁକୁରକୁ ଓ୍ବାକ୍‌ରେ ନେଇ ମାଲିକ କଲେ ଏମିତି କାମ: ଲୋକେ କହିଲେ ଏପରି…

ପଶୁମାନଙ୍କ ସହ ଅନେକ ସମୟରେ ଲୋକେ ଅମାନବିକତା ଦେଖାଇଥାନ୍ତି। ଏହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଆମେ ଦେଖିଥାଉ। ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ନିଜ କୁକୁରକୁ ରାସ୍ତାରେ ଓ୍ବାକ୍‌ କରାଯାଉଥିବା ଦେଖିବାକୁ ମିଳୁଛି। ମାତ୍ର ଏଥିପାଇଁ ବ୍ୟକ୍ତି ଜଣଙ୍କ ଯେଉଁ ଶୈଳୀ ଆପଣାଇଛନ୍ତି ତାହା ଅତ୍ୟନ୍ତ ଅମାନବୀୟ। ବ୍ୟକ୍ତିଜଣଙ୍କ ନିଜେ କାରରେ ବସିଛନ୍ତି। କିନ୍ତୁ କୁକୁରଟି ରାସ୍ତା ଉପରେ। ମାତ୍ର କୁକୁରର ବେକରେ ବନ୍ଧାଯାଇଥିବା ଫିତାଟି ଉକ୍ତ ବ୍ୟକ୍ତିଙ୍କ ହାତରେ। ତେଣୁ କାରର ବେଗ ସହ କୁକୁରଟି ଦ୍ରୁତ ଗତିରେ ଯିବାକୁ ବାଧ୍ୟହେଉଛି। ଏହି ଘଟଣାଟି ସ୍କଟଲ୍ୟାଣ୍ଡର ବୋଲି ଜଣାପଡ଼ିଛି। ଏହି ଭିଡିଓଟିକୁ ଦେଖିବା ପରେ ଲୋକେ କୁକୁରର ମାଲିକଙ୍କୁ ସମାଲୋଚନା କରୁଛନ୍ତି। କୁକୁର ସହ ସେ ଯାହା କରୁଛନ୍ତି ତାହା ଅମାନବୀୟ ବୋଲି କୁହାଯାଉଛି।

Share