ପାଣିରେ ଭାସୁଛି ଧାନ ଫସଲ

ନିରାକାରପୁର,୧୭ା୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଞ୍ଚଳର ଶହ ଶହ ହେକ୍ଟର ଅମଳକ୍ଷମ ଧାନ ଫସଲ ବିଲରେ କଟା ହୋଇପଡ଼ିଛି। ଅଦିନଆ ବର୍ଷା ଯୋଗୁ ବିଲରେ ପାଣି ଜମି ରହିଥିବାରୁ ଧାନ ଗଜା ହେବାର ଆଶଙ୍କା ରହିଛି। ଅନ୍ୟପଟେ ଋଣ କିପରି ଶୁଝିବେ ଚାଷୀଙ୍କୁ ଚିନ୍ତା ଘାରିଛି। ବିଶେଷକରି ଲେଣ୍ଡୋ ପଞ୍ଚାୟତର ଅଂରାଚଳ, ଆରେଡି, ଆସେଲି ଓ ଲଳିତା ପାଟପୁର ଗ୍ରାମର ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ପାଚିଲା ଧାନ ପାଣିର ବୁଡି ରହିଥିବା ଦେଖିବାକୁ ମିଳିଛି। ଏନେଇ ଚାଷୀ ପ୍ରଶାନ୍ତ ବେହେରା କହିଛନ୍ତି, ସୋସାଇଟିରୁ ଋଣ ଆଣି ଚାଷ କରିଥିଲି। ଅମଳ କରିବାକୁ ଥିବା ଧାନ ପାଣିରେ ବୁଡିରହିଛି। ଏବେ କିପରି ଋଣ ଶୁଝିବି ଓ କ’ଣ ଖାଇବୁ ବୋଲି କହିଛନ୍ତି। ସେହିପରି ବ୍ରହ୍ମଚାରୀ ଜେନା କୁହନ୍ତି, ଅମଳ ଧାନ ପାଣିରେ ବୁଡି ରହିଛି। ତାକୁ ଆଣିଲେ ଗଜା ହୋଇଯିବ। ଋଣ ଛାଡ଼ କରିବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଏ ସମ୍ପର୍କରେ ଟାଙ୍ଗୀ କୃଷୀ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି, ଯେଉଁ ଚାଷୀ ଧାନ ଫସଲ କ୍ଷୟକ୍ଷତି ପାଇଁ ଆବେଦନ କରିଛନ୍ତି, ତଦନ୍ତ ପରେ ସହାୟତା ଦିଆଯିବ ବୋଲି ସେ କହିଛନ୍ତି।

Share