ମଣ୍ଡିରୁ ଉଠୁନି ଧାନ, ଟୋକନ ରଦ୍ଦ ଆଶଙ୍କା

ଛତ୍ରପୁର,୨୭ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତର ଚାଷୀମାନଙ୍କ ଧାନ ଉଠୁନି। ସରକାରଙ୍କ ମଣ୍ଡି ବ୍ୟବସ୍ଥାରେ ଉଠାଣ ଅହେତୁକ ବିଳମ୍ବ ହେତୁ ଟୋକେନ ରଦ୍ଦ ହେବାର ଆଶଙ୍କା ଦେଖାଯାଇଛି। ୪୦୦ ଟୋକନ ମଧ୍ୟରୁ ୩୭ଟି ଟୋକନରେ ୧୪୬୧ କୁଇଣ୍ଟାଲ ଧାନ କିଣାଯାଇଛି। ଉକ୍ତ ସମସ୍ୟା ତୁରନ୍ତ ସମାଧାନ ନ ହେଲେ ବ୍ରହ୍ମପୁର ସହରକୁ ପାଇପ ଜଳଯୋଗାଣ ବନ୍ଦ ପାଇଁ ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଛତ୍ରପୁର-ତାରାତାରିଣୀ ମୁଖ୍ୟ ରାସ୍ତା ମଧ୍ୟ ଅବରୋଧ କରାଯିବ ବୋଲି ସୂଚନା ଦେଇଛନ୍ତି। ଗୁରୁବାର ଜିଲାପାଳଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଚାଷୀମାନେ ଲିଖିତ ଭାବେ ଅବଗତ କରାଇଛନ୍ତି।

Share