ସପ୍ତାହେ ହେଲା ବୁଡ଼ିଛି ଧାନ ଜମି

ଡେରାବିଶ,୯ା୮ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲକ ଅଞ୍ଚଳ ପାଇଁ ଚାଷୀଙ୍କ ଦୁଃଖ ପାଲଟିଛି କେନ୍ଦ୍ରାପଡ଼ା ଡ୍ରେନେଜ ବିଭାଗ। କେନ୍ଦ୍ରାପଡ଼ା ଡ୍ରେନେଜ ବିଭାଗ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ପାଇଁ ବ୍ଲକ ଅଞ୍ଚଳରେ ଥିବା ଡ୍ରେଜେନରେ ଜଳ ନିଷ୍କାସନ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି। ବ୍ଲକ ଅଧୀନ ୧୯ନଂ. ଡ୍ରେନେଜ କଟ୍‌ ଜଳ ନିଷ୍କାସନ ସମସ୍ୟା ଦୀର୍ଘବର୍ଷ ହେଲା ଲାଗି ରହିଛି। ଡ୍ରେନେଜ୍‌ ଉପରେ ନିର୍ଭରଶୀଳ ବାଲିଆ, ଗୋଲରାହାଟ, ପଲେଇ, ଖମୋଳ, କାଉପଡା ପଞ୍ଚାୟତର ଶତାଧିକ ହେକ୍ଟର ଚାଷଜମିରେ ବର୍ଷା ପାଣିରେ ସପ୍ତାହେ ହେଲା ବୁଡି ରହିବା ଫଳରେ ଧାନ ଫସଲ ନଷ୍ଟ ହେବାକୁ ଲାଗିଲାଣି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବାଲିଆ ସରପଞ୍ଚ ପ୍ରବୀର କୁମାର ସିଂହ କହିଛନ୍ତି, ଚାଷ ଜମିରେ ପାଣି ଜମି ରହୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳର ଚାଷୀମାନଙ୍କ ପକ୍ଷରୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଓ କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ ଅବଗତ କରାଯାଉଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଚାଷୀଙ୍କ ପାଇଁ ସମସ୍ୟା ପାଲଟିଛି। ଦେଶପୁର ଚାଷୀ ସର୍ବେଶ୍ୱର ରାଉତ କହିଛନ୍ତି, ଚଳିତବର୍ଷ ନିଅଣ୍ଟିଆ ବର୍ଷା ପାଇଁ ଖରିଫ ଧାନ ଚାଷ ବିଳମ୍ବରେ ଆରମ୍ଭ ହୋଇଥିଲା। ତେବେ ୨ ସପ୍ତାହ ହେବ ଲଘୁଚାପ ଜନିତ ବର୍ଷା ଜଳ ସମ୍ପୃକ୍ତ ଅଞ୍ଚଳର ଚାଷ ଜମିରେ ଜମି ରହିବା ଓ ଡ୍ରେଜେଜ୍‌ କଟ୍‌ରେ ଉଦ୍‌ବୃତ୍ତ ବର୍ଷା ଜଳ ନିଷ୍କାସିତ ନ ହେବା ଯୋଗୁ ରୁଆ ପୋତା ହୋଇଥିବା ଧାନ ଗଛ ପଚିଯିବାକୁ ଲାଗିଲାଣି। ଏଥିସହ ଧାନ ତଳି ପଡିଥିବା କେତେକ ବିଲରେ ସପ୍ତାହରୁ ଊର୍ଦ୍ଧ୍ୱ ହେବ ପାଣି ଜମି ରହିଥିବାରୁ ତଳି ମଧ୍ୟ ନଷ୍ଟ ହେବାକୁ ବସିଲାଣି। ଜଳ ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଞ୍ଚଳ ଚାଷୀ ଓ ଲୋକ ପ୍ରତିନିଧିମାନେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିବେଦନ କରିଥିଲେ। ମାତ୍ର ଏଯାଏ ବିଭାଗୀୟସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶେଖରଙ୍କୁ ପଚାରିବାରେ ଚାଷୀଙ୍କ ଏହି ସମସ୍ୟା ସମ୍ପର୍କରେ ଜାଣିବା ପରେ ବିଭାଗୀୟ ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଗୁରୁବାର ଘଟଣାସ୍ଥଳକୁ ପଠାଯାଇଥିଲା। ସେମାନେ ତନଖି କରିବା ସମୟରେ ବ୍ଲକ ଅଧୀନ କାଉପଡ଼ା ପଞ୍ଚାୟତର ଥକେଇନେଇଳିଠାରେ ୧୯ନଂ. ଡ୍ରେନେଜ କଟ୍‌ ଉପରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣାଧୀନ ଅବସ୍ଥାରେ ଥିବା ପୋଲ କାମ ପାଇଁ ଠିକାଦାର ମାଟି ବନ୍ଧ ପକାଇ ପାଣିକୁ ଅଟକାଇଛନ୍ତି। ତେବେ ଏହି ମାଟି ବନ୍ଧର କିଛି ଅଂଶକୁ ଡ୍ରେନେଜ୍‌ କଟ ବିଭାଗ ତତ୍ତ୍ୱାବଧାନରେ ଖୋଳାଯିବା ପରେ ଜଳ ନିଷ୍କାସନ ହେଉଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ କହିଥିଲେ। ଉକ୍ତ ବନ୍ଧରେ ବହୁ ପରିମାଣର ମାଟି ଥିବାରୁ ତାହା ପୂର୍ତ୍ତ ବିଭାଗ ମେଶିନ ସାହାଯ୍ୟରେ ଖୋଳି ଦେବା କଥା। ମାତ୍ର ସେ ଏହି ମାଟି ବନ୍ଧକୁ ତୁରନ୍ତ ଖୋଳିବା ପାଇଁ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଦ୍ୱାରା ଜଣାଇଛନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତିରଞ୍ଜନ ପତିଙ୍କୁ ପଚାରିବାରେ ପୋଲ ନିର୍ମାଣ କାମ ପାଇଁ ହୋଇଥିବା ମାଟି ବନ୍ଧକୁ ହଟାଇବା ପାଇଁ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଡରାଇଲା ନୂଆ ମଡେଲ! ଏଇଠି ଲ୍ୟାଣ୍ଡଫଲ୍‌ ହେଲେ ସବୁ ସରିଲା…

ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ଦାନା। ପୁରୀରୁ ପାରାଦୀପ ମଧ୍ୟରେ ଛୁଇଁପାରେ ସ୍ଥଳଭାଗ। ଏନେଇ ବିଭିନ୍ନ ଆନ୍ତର୍ଜାତିକ ମଡେଲ ଆକଳନ କରିଛି ।ବାତ୍ୟା ଲ୍ୟାଣ୍ଡଫଲ୍ କରିବା...

ବାତ୍ୟା ପୂର୍ବରୁ ବୁଡିଲା ଟ୍ରଲର, ଥିଲେ ୧୦ ମତ୍ସଜୀବୀ…

ଭଦ୍ରକ,୨୨।୧୦: ବୈତରଣୀ ମୁହାଁଣରେ ବୁଡିଲା ମାଛଧରା ଟ୍ରଲର। ଟ୍ରଲର ବୁଡିଲେ ମଧ୍ୟ ଅଳ୍ପକେ ବର୍ତ୍ତିଛନ୍ତି ମତ୍ସଜୀବୀ। ଉପକୂଳକୁ ଫେରିବା ସମୟରେ ଧାମରା ବନ୍ଦର ନିକଟରେ ମାଛଧରା...

ଧନୁଯାତ୍ରାର କଂସ ସରକାରୀ ଚାକିରିରୁ ନିଲମ୍ବିତ, ମହାପ୍ରୟାଣ ଗାଡି ବାବଦକୁ ମାଗୁଥିଲେ ଲାଞ୍ଚ…

ବରଗଡ,୨୨।୧୦(ପ୍ରେମାନନ୍ଦ ଖମାରୀ): ଧନୁଯାତ୍ରାର କଂସଙ୍କ ବଢିଲା ଅଡୁଆ। ବରଗଡ ଧନୁଯାତ୍ରାର କଂସ ସାଜୁଥିବା ହୃଷିକେଷ ଭୋଇଙ୍କୁ ନିଲମ୍ବିତ କରାଯାଇଛି। ମହାପ୍ରୟାଣ ଗାଡିରେ ଶବ ପରିବହନ ବାବଦକୁ...

ଶ୍ରମିକଙ୍କ ଚେତାବନୀ: କାମ ଦିଅ ନ ହେଲେ….

ବଲାଙ୍ଗୀର, ୨୨।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡା ବ୍ଳକ ଅନ୍ତର୍ଗତ ସୁଲେଇକେଲା ଗ୍ରାମ ପଞ୍ଚାୟତ ଅଧୀନ ଝରିଆମୁଣ୍ଡା ଗାଁର ଶ୍ରମିକମାନେ କାମ ଯୋଗାଇ ଦେବା...

ବନବାସୀଙ୍କୁ ଶୋଷଣ କରୁଛନ୍ତି ବେପାରୀ, ସମାଧାନ କରିବାକୁ ଦାବି

କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ପ୍ରଶାସନିକ ଅବହେଳା କାରଣରୁ କେନ୍ଦୁଝର ଜିଲାର ବନବାସୀମାନେ ବେପାରୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ଦୁର୍ଗମ ଅଞ୍ଚଳରୁ ସହରକୁ ବନଜାତ ଦ୍ରବ୍ୟ...

କୋଦାଳ ଧରି ରାସ୍ତା ସଫା କଲେ ସିଆରପିଏଫ ଯବାନ

ତୁମୁଡିବନ୍ଧ,୨୨।୧୦(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ବେଲଘର ସିଆରପିଏଫ କ୍ୟାମ୍ପର ୧୨୭ କେନ୍ଦ୍ରୀୟ ବଳ ଦ୍ୱାରା ଆଜି ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ ସ୍ବଚ୍ଛ ଭାରତ...

ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ ସ୍ବାମୀ

ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଏସ. ବେଦମୋତି ଦୋରାଙ୍କୁ ତାଙ୍କ ସାମୀ ଏସ.ଦୀନବନ୍ଧୁ ଦୋରା ନିସ୍ତୁକ ମାଡ଼ ମାରିବା...

ଆସୁଛି ବାତ୍ୟା, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ତୋରଣ ଖୋଲିବାକୁ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା,୨୨ା୧୦: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି। ବାତ୍ୟା ସମୟରେ ହେବାକୁ ଥିବା ଦ୍ରୁତ ପବନକୁ ନଜରରେ ରଖି ଢେଙ୍କାନାଳ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri