କର୍ଲାମୁଣ୍ଡା,୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁ ନଦୀନାଳ ଭର୍ତ୍ତି ହୋଇଥିବା ବେଳେ ଚାଷୀଙ୍କ ଜମି ମଧ୍ୟ ଜଳ ମଗ୍ନ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ରୁଆ ଓ ବେଉଷଣ ହୋଇଥିବା ଧାନତଳି ନଷ୍ଟ ହେଇଯିବା ଆଶଙ୍କାରେ ଚାଷୀମାନେ ଅଛନ୍ତି। ଚାଷୀଙ୍କ ଜମିରେ ବାଲି ପୋତି ହେବାର ସମ୍ଭାବନା ମଧ୍ୟ ରହିଥିବା ଚାଷୀ ଫଗୁନୁ ସାହୁ କହିଛନ୍ତି। ଅନ୍ୟ ପଟେ ଏହି ବ୍ଲକରେ ଲଗାଣ ବର୍ଷା ଯୋଗୁ ମାଣ୍ଡିଆ ଚାଷୀମାନେ ଚାଷ କାର୍ଯ୍ୟକୁ ଆଗେଇ ପାରୁ ନ ଥିବା ଜଣାପଡ଼ିଛି।