ଜଳାତଙ୍କର ଯନ୍ତ୍ରଣା

”ଭୂତାଣୁମାନେ ସଂକ୍ରମିତ ପ୍ରାଣୀର ଲାଳରେ ରହିଥିବା ଯୋଗୁ ଏମାନେ କାମୁଡିବା ଦ୍ୱାରା ରୋଗ ହେବା ସ୍ବାଭାବିକ। ସଂକ୍ରମିତ ପ୍ରାଣୀ କାମୁଡି ଦେଲେ କିମ୍ବା ଚାଟି ପକାଇଲେ ମଧ୍ୟ ରୋଗ ହୋଇପାରେ। ଜଳାତଙ୍କ ଭୂତାଣୁ ସଂକ୍ରମିତ ପ୍ରାଣୀକୁ ବା କୁକୁର, ବିଲୁଆକୁ ଆମେ ପାଗଳା କୁକୁର, ପାଗଳା ବିଲୁଆ ବୋଲି କହିଥାଉ। କିନ୍ତୁ କେଉଁ କୁକୁର ସୁସ୍ଥ ଓ କେଉଁ କୁକୁର ଭୂତାଣୁ ଦ୍ୱାରା ସଂକ୍ରମିତ, ତାହା ଜାଣିବା ଅନେକ ସମୟରେ ସହଜ ହୋଇ ନ ଥାଏ।“ ଆପଣମାନଙ୍କ ମଧ୍ୟରୁ ଅନେକ ଜଳାତଙ୍କ ରୋଗର ନାଁ ଶୁଣିଥିବେ। ଡାକ୍ତରମାନେ ଏହି ରୋଗକୁ ‘ହାଇଡ୍ରୋଫୋବିଆ’ କିମ୍ବା ‘ରାବିଜ୍‌’ ବୋଲି କହିଥାଆନ୍ତି। ଏହି ରୋଗ ଏକ ଧରଣର ଭୂତାଣୁ ବା ‘ଭାଇରସ’ ଦ୍ୱାରା ହୋଇଥାଏ। ଭୂତାଣୁ ଆକ୍ରାନ୍ତ କରିଥାଏ ରୋଗୀର ମସ୍ତିିଷ୍କ ଓ ସୁଷୁମ୍ନା କାଣ୍ଡକୁ। ରୋଗଟି ଅତି ମାତ୍ରାରେ ମାରାତ୍ମକ। ସର୍ବୋତ୍ତମ ଚିକିତ୍ସା ସତ୍ତ୍ୱେ ରୋଗୀମାନେ ମାତ୍ର ଦୁଇ-ତିନି ଦିନରେ ମୃତ୍ୟୁବରଣ କରିଥାଆନ୍ତି।
ରୋଗ ଓ ତାହାର ପ୍ରତିକାର ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଜଳାତଙ୍କ ଦିବସ’ ବା ‘ଓ୍ବାଲର୍‌ଡ ରାବିଜ୍‌ ଡେ’। ଏହି ଦିବସରେ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ଜନସାଧାରଣଙ୍କୁ ଜଳାତଙ୍କ ରୋର କାରଣ ଓ ପ୍ରତିରୋଧର ଉପାୟ ତଥା ଚିକିତ୍ସା ବିଷୟରେ ଅବଗତ ତଥା ସଚେତନ କରାଯାଇଥାଏ। ଜଳାତଙ୍କର ମୂଳୋତ୍ପାଟନ ପାଇଁ ଟିକା ଓ ସମସ୍ତଙ୍କର ସହଯୋଗ ଅପରିହାର୍ଯ୍ୟ। ଅଷ୍ଟ୍ରେଲିଆ, ତାଇଓ୍ବାନ୍‌, ସାଇପ୍ରସ, ଆଇସଲାଣ୍ଡ, ଆୟରଲାଣ୍ଡ, ଜାପାନ, ମାଲ୍‌ଟା, ନ୍ୟୁଜିଲାଣ୍ଡ, ବ୍ରିଟେନ, ଫିନ୍‌ଲାଣ୍ଡ ନରଓ୍ବେ ଓ ସୁଇଡେନ୍‌ ଇତ୍ୟାଦି ରାଜ୍ୟ ଜଳାତଙ୍କମୁକ୍ତ।
କିପରି ବ୍ୟାପେ: ଜଳାତଙ୍କ ଏକ ଭୂତାଣୁଜନିତ ରୋଗ ବୋଲି ପୂର୍ବରୁ କୁହାଯାଇଛି। ଏହି ଭୂତାଣୁ କୁକୁର, ବିରାଡି, ବିଲୁଆ, ଗଧିଆ ଏବଂ ଏପରି କି ମାଙ୍କଡ, ବାଦୁଡି, ଗୋରୁ, ଘୋଡା, ଛେଳି, ମେଣ୍ଢା ଓ ମୂଷାମାନଙ୍କ ଲାଳରେ ନିଷ୍କାସିତ ହୋଇଥାଏ। କିନ୍ତୁ ଏମାନେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନ ଥିଲେ ଏହି ଭୂତାଣୁ ସେମାନଙ୍କର ଲାଳରେ ରହିବାର ସମ୍ଭାବନା ନାହିଁ। ତେବେ କୁକୁର ଓ ବିରାଡି ଏହି ରୋଗ ସଂକ୍ରମଣ ପାଇଁ ମୁଖ୍ୟତଃ ଦାୟୀ। ସୁତରାଂ ସୁସ୍ଥ ଜନ୍ତୁଙ୍କୁ ସଂକ୍ରମିତ ଜନ୍ତୁ କାମୁଡିଲେ ହିଁ ସଂକ୍ରମିତ ଜନ୍ତୁଠାରୁ ଭୂତାଣୁ ଯାଇ ସୁସ୍ଥ ଜନ୍ତୁର ଶରୀରରେ ପ୍ରବେଶ କରେ। ଫଳରେ ସୁସ୍ଥ ଜନ୍ତୁ ସଂକ୍ରମିତ ହୋଇ ଜଳାତଙ୍କର ଶିକାର ହୋଇପଡେ। ଭୂତାଣୁଗୁଡ଼ିକ ସଂକ୍ରମିତ ପ୍ରାଣୀର ଲାଳରେ ରହିଥିବା ଯୋଗୁ ଏମାନେ କାମୁଡିବା ଦ୍ୱାରା ରୋଗ ହେବା ସ୍ବାଭାବିକ। ସଂକ୍ରମିତ ପ୍ରାଣୀ କାମୁଡି ଦେଲେ କିମ୍ବା ଚାଟି ପକାଇଲେ ମଧ୍ୟ ରୋଗ ହୋଇପାରେ। ଜଳାତଙ୍କ ଭୂତାଣୁ ସଂକ୍ରମିତ ପ୍ରାଣୀକୁ ବା କୁକୁର, ବିଲୁଆକୁ ଆମେ ପାଗଳା କୁକୁର, ପାଗଳା ବିଲୁଆ ବୋଲି କହିଥାଉ। କିନ୍ତୁ କେଉଁ କୁକୁର ସୁସ୍ଥ ଓ କେଉଁ କୁକୁର ଭୂତାଣୁ ଦ୍ୱାରା ସଂକ୍ରମିତ, ତାହା ଜାଣିବା ଅନେକ ସମୟରେ ସହଜ ହୋଇ ନ ଥାଏ। ସଂକ୍ରମିତ କୁକୁର ଆମକୁ କାମୁଡିଲେ କ୍ଷତ ସ୍ଥାନରେ ଜମି ଯାଏ ଭୂତାଣୁ। ସେହି ଭୂତାଣୁଗୁଡିକ ସ୍ନାୟୁବାଟେ ଯାଇ ସୁଷୁମ୍ନା କାଣ୍ଡ ଓ ମସ୍ତିଷ୍କରେ ପହଞ୍ଚତ୍ ଯାଇ ରୋଗ ଜାତ କରେ। ପ୍ରାୟ ୯୯ପ୍ରତିଶତ କ୍ଷେତ୍ରରେ ପାଗଳା କୁକୁର କାମୁଡିବା ହିଁ ରୋଗ ସୃଷ୍ଟି ପାଇଁ ଦାୟୀ। ଜଳାତଙ୍କ ରୋଗୀ ମଣିଷକୁ କାମୁଡିଲେ ରୋଗ ଜାତ ହେବା ବିଜ୍ଞାନସମ୍ମତ, ମାତ୍ର ଏହାର ଦୃଷ୍ଟାନ୍ତ ନାହିଁ।
ଚିକିତ୍ସା: ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ତେବେ ରୋଗୀକୁ ଏକ ନିସ୍ତବ୍ଧ ଅନ୍ଧାରୁଆ କୋଠରିରେ ଶୀତୁଆ ପବନଠାରୁ ଦୂରେଇ ରଖାଯାଏ। ରୋଗୀକୁ ଦିଆଯାଏ ଟିଟାନସ ଟିକା ଏବଂ ଆଣ୍ଟିବାୟୋଟିକ୍‌ ଔଷଧ। ପ୍ରାଣୀର ଦାନ୍ତରେ ଲାଗିଥିବା ଜୀବାଣୁମାନ କ୍ଷତ ସ୍ଥାନକୁ ସଂକ୍ରମିତ କରିପକାଇବାର ଆଶଙ୍କା ରହିଥିବାରୁ ଏପରି ପଦକ୍ଷେପ ନିଆଯାଏ। ରୋଗର ଉତ୍କଣ୍ଠା ହ୍ରାସ କରେଇବା ପାଇଁ ମଧ୍ୟ ଔଷଧ ଦିଆଯାଏ।
ତେବେ କୁକୁର କାମୁଡି ଦେଲେ, ଚାଟି ଦେଲେ କି ଆମ୍ପୁଡି ଦେଲେ ରୋଗୀକୁ ଡାକ୍ତରଖାନା ନେବା ପୂର୍ବରୁ ତୁରନ୍ତ କ୍ଷତ ସ୍ଥାନକୁ ସାବୁନ ଲଗାଇ ବାରମ୍ବାର ଧୋଇ ପକାଇବା ଉଚିତ। ହାତ କି ଗୋଡକୁ କାମୁଡିଥିଲେ ଅଙ୍ଗର ଆକ୍ରାନ୍ତସ୍ଥଳକୁ କଳ ତଳେ ଦେଖେଇ କଳରୁ ବୋହି ଆସୁଥିବା ଜଳରେ ଧୋଇଦେଲେ ଭୂତାଣୁଗୁଡିକ ଧୋଇହୋଇ ଯାଇ ବେଶି ଉପକାର ମିଳେ। ସାବୁନ ନ ମିଳିଲେ କ୍ଷତ ସ୍ଥାନକୁ ବାରମ୍ବାର ଜଳ ଢାଳି ଧୋଇଦେବା ଦରକାର। ହେଲେ ସାବୁନ ମାରି ଧୋଇଦେବା ଦ୍ୱାରା ଜଳାତଙ୍କ ଜାତ ହେବାର ଆଶଙ୍କା ୮୦ ପ୍ରତିଶତ ହ୍ରାସ ପାଇପାରେ। କ୍ଷତସ୍ଥାନକୁ ଧୋଇ ସାରି ସେଠାରେ ସ୍ପିରିଟ୍‌ ଢାଳି ଦେବା ଏବଂ ଟିଙ୍କରେ ଆୟୋଡିନ୍‌ କି ପ୍ରୋଭିଡନ୍‌ ଆୟୋଡିନ୍‌ ଢାଳିଦେବା ଆବଶ୍ୟକ। ଏହି ପ୍ରାଥମିକ ଉପଚାର ପରେ କାଳବିଳମ୍ବ ନ କରି ରୋଗୀକୁ ହସ୍‌ପିଟାଲ ନେଇ ଯିବା ଦରକାର।
ଚିିକିତ୍ସା ସତ୍ତ୍ୱେ ରୋଗୀ ମାତ୍ର ୨-୩ଦିନ ଭିତରେ ମୃତ୍ୟୁବରଣ କରେ। କଁା ଭଁା ରୋଗୀ ୫-୬ଦିନ ପର୍ଯ୍ୟନ୍ତ ବଞ୍ଚତ୍ୟାଇପାରନ୍ତି। ସୁତରାଂ ଜଳାତଙ୍କ ରୋଗ ହେଲେ ପ୍ରାୟତଃ ରୋଗୀର ମୃତ୍ୟୁ ହୋଇଥାଏ। ଏଥିରୁ ସୁରକ୍ଷିତ ରହିବା ପାଇଁ ଆଣ୍ଟିରାବିଜ ଭାକସିନ୍‌ ବା ଏ.ଆର.ଭି. ପ୍ରତିଷେଧକ ଟିକା ନେବା ହିଁ ଏକମାତ୍ର ଉପାୟ। ଏହି ଟିକା ଇଞ୍ଜେକସନ ମାଧ୍ୟମରେ ମାଂସପେଶୀ ଅଭ୍ୟନ୍ତରକୁ ଦିଆଯାଏ।
ଜଳାତଙ୍କ ରୋଗ ଅତିମାତ୍ରରେ ସଂକ୍ରାମକ। ରୋଗୀର ଲାଳ, ବାନ୍ତି, ଲୁହ ଓ ପରିସ୍ରାରେ ଭୂତାଣୁ ରହିଥିବା କିଛି ଅସମ୍ଭବ ନୁହେଁ। ତେଣୁ ରୋଗୀର ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଚିକିତ୍ସା ସହାୟକମାନେ ନିଜକୁ ସଂକ୍ରମଣମୁକ୍ତ ରଖିବା ପାଇଁ ମାସ୍କ, ଗ୍ଲୋଭସ, ରଙ୍ଗିନ ଚଷମା ଓ ଆପ୍ରୋନ ଇତ୍ୟାଦି ପରିଧାନ କରିବା ଅପରିହାର୍ଯ୍ୟ।
ପ୍ରତିଷେଧକ ଟିକା
କୁକୁର କିମ୍ବା ବିରାଡି ଇତ୍ୟାଦି କାମୁଡିଲେ ଡାକ୍ତରଙ୍କ ପାଖରେ ପହଞ୍ଚତ୍ବା ଦିନଠାରୁ ଡାକ୍ତର ଆରମ୍ଭ କରିଦିଅନ୍ତି ପ୍ରତିଷେଧକ ଟିକାର ଇଞ୍ଜେକସନ। ଏହି ଇଞ୍ଜେକସନ ଦିଆଯାଏ ପାଞ୍ଚ ଥର-ପ୍ରଥମ ଦିବସ, ତୃତୀୟ ଦିବସ, ସପ୍ତମ ଦିବସ, ୧୪ତମ ଦିବସ ଏବଂ ୨୮ ତମ ଦିବସ। ଇଂଜେକସନ ଦିଆଯାଏ ବାହୁର ମାଂସପେଶୀରେ, ପିଚାର ମାଂସପେଶୀରେ ନୁହେଁ। କାରଣ ପିଚାରେ ବେଶି ଚର୍ବି ଥିବାରୁ ତାହା ଟିକା ଉପାଦାନ ଶୋଷଣରେ ବାଧା ଦେଇଥାଏ। ଫଳରେ ପ୍ରତିଷେଧକ ଟିକାର ପ୍ରଭାବରେ ଜାତ ହେଉଥିବା ଆଣ୍ଟିବଡି ପଯର୍ର୍‌ୟାପ୍ତ ହୋଇପାରେ ନାହିଁ।
ଯେଉଁମାନେ ନିଜ ଘରେ କୁକୁର କି ବିରାଡି ପୋଷିଥାଆନ୍ତି, ସେମାନେ କୁକୁର ଓ ବିରାଡିକୁ ପ୍ରାଣୀ ଚିକିତ୍ସାଳୟକୁ ନେଇ ପ୍ରତିଷେଧକ ଟିକା ଦିଆଇ ଆଣିବା ଆବଶ୍ୟକ। ସେହିପରି ପରିବାର ସମସ୍ତେ ବି ନିବାରଣମୂଳକ ବ୍ୟବସ୍ଥା ସ୍ବରୂପ ଟିକା ନେବା ବାଞ୍ଛନୀୟ। କୁକୁର, ବିରାଡି ଇତ୍ୟାଦିଙ୍କ ଚିକିତ୍ସା ସହ ସଂପୃକ୍ତ କର୍ମଚାରୀମାନେ ମଧ୍ୟ ଟିକା ନେଇଯିବା ନିରାପଦ। ଏମାନେ ଟିକା ନେଇଥାଆନ୍ତି ତିନି ଥର-୧ମ ଦିବସ, ୭ମ ଦିବସ, ୨୧ତମ ଦିବସ କିମ୍ବା ୨୮ତମ ଦିବସରେ।

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧,ଅଭିନବ ବିଡାନାସୀ, କଟକ
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆସିଲା ଓଜନ କମାଇବା ଇଞ୍ଜେକ୍‌ଶନ୍‌

ନୂଆଦିଲ୍ଲୀ,୨୧ା୩: ଆମେରିକୀୟ ମଲ୍ଟି ନ୍ୟାଶନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଏଲି ଲିଲୀ ପକ୍ଷରୁ ଗୁରୁବାର ଭାରତରେ ମେଦ ବହୁଳତା ଏବଂ ଟାଇପ୍‌ ୨ ମଧୁମେହ ପାଇଁ ‘ମୌନଜାରୋ’...

କେବଳ ସୌନ୍ଦର୍ଯ୍ୟ ନୁହେଁ, ଘରର ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

ଅସୁବିଧାରେ ପଡ଼ି ଋଣ କରିଛନ୍ତି କି? ଜାଣନ୍ତୁ ଶୀଘ୍ର ମୁକ୍ତ ହେବେ କିପରି…

ବେଳେବେଳେ ଅସୁବିଧାରେ ପଡିଲେ, ମଣିଷ ଋଣ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍‌ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍‌ ଏହା ବୋଝ...

କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଉପାୟ, ସପ୍ତାହକ ମଧ୍ୟରେ…

ଆଜିକାଲି ଅଧିକାଂଶ ଲୋକ କେଶ ଝଡ଼ିବା ସମସ୍ୟାରେ ପୀଡ଼ିତ। ଏଥିପାଇଁ ଅନେକ କାରଣ ଦାୟୀ ହୋଇପାରେ। ତଥାପି ବିଶେଷଜ୍ଞମାନେ ସ୍ବାସ୍ଥ୍ୟକର ଖାଦ୍ୟପେୟ, ସ୍ବାସ୍ଥ୍ୟକର ଜୀବନଶୈଳୀ, ବ୍ୟସ୍ତବହୁଳ...

ବାସି ମୁହଁରେ ପାଣି ପିଇଲେ ମିଳିଥାଏ ଏହି ୪ ବଡ଼ ଲାଭ, ପ୍ରଭାବ ଜାଣିଲେ…

ସକାଳର ଏମିତି କିଛି ଅଭ୍ୟାସ, ଅନେକ ଦିଗରେ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ। ଯଦି ଖାଦ୍ୟ ଠିକ୍‌ ଥାଏ, ତେବେ ସ୍ବାସ୍ଥ୍ୟ ଭଲ ରହିଥାଏ; କିନ୍ତୁ ଯଦି ...

ଡାଏଟ୍‌ରେ ସାମିଲ୍‌ କରନ୍ତୁ ଏହି ୫ ଚଟଣି, ସ୍ବାଦ ସହିତ ସ୍ବାସ୍ଥ୍ୟ ପାଇଁ ଉପକାରୀ

ଆମ ଭାରତୀୟ ଖାଦ୍ୟରେ ଚଟଣି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରେ ତାହା ନୁହେଁ ବରଂ ସ୍ବାସ୍ଥ୍ୟ...

ପିଲାଙ୍କର ପଢ଼ାରେ ଜମା ମନ ଲାଗୁନାହିଁ କି? ଆପଣାନ୍ତୁ ଏଭଳି କିଛି ଉପାୟ …

କିଛି ପିଲାଙ୍କର ପାଠରେ ବେଶ୍‌ ଆଗ୍ରହ ଥାଏ ତ ଆଉ କିଛି ପିଲାଙ୍କର ପଢ଼ାରେ ଜମା ମନ ଲାଗେନି। ପାଠ ନାଁ ଶୁଣିଲେ ସେମାନେ ମୁହଁ...

ବଜାରରୁ ଆଣିଥିବା ପନିର ଅସଲି କି ନକଲି କିଭଳି ଜାଣିବେ? ଆପଣାନ୍ତୁ ଏଭଳି ସହଜ ଉପାୟ…

ଆଜିକାଲି ସମୟରେ ବଜାରରେ ଚାଉଳଠାରୁ ଆରମ୍ଭ କରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନକଲି ମିଳୁଛି। ଫଳରେ ଲୋକେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଭଳି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image