‘ସ୍ମାର୍ଟ ଯୋଡି’ ଶୋ’ର ଓ୍ବିନର ହେଲେ ଏହି ଯୋଡ଼ି

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନ ବିବାହ ପରେ ଅନେକ ରିଆଲିଟି ଶୋ’ରେ ନଜର ଆସନ୍ତି। ନିକଟରେ ‘ସ୍ମାର୍ଟ ଯୋଡି’ ଶୋ’ରେ ଏହି ଦମ୍ପତ୍ତଙ୍କର ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଏହି ଶୋ’ରେ ଅଙ୍କିତା ଏବଂ ବିକି ବିଜେତା ହୋଇଛନ୍ତି। ଶୋ’ରେ ଜିତିବା ପରେ ଦୁହେଁ ଏକ ଟ୍ରଫି ପାଇବା ସହିତ ୨୫ ଲକ୍ଷ ଟଙ୍କା ମଧ୍ୟ ପାଇଛନ୍ତି । ସେହିପରି ବଲରାଜ ଏବଂ ତାଙ୍କ ସ୍ତ୍ରୀ ଦୀପ୍ତି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଅର୍ଜୁନ- ନେହା ତୃତୀୟ ସ୍ଥାନରେ ଅଛନ୍ତି। ଟ୍ରଫି ଜିତିବା ପରେ ଅଙ୍କିତା କହିଛନ୍ତି, ‘ସ୍ମାର୍ଟ ଯୋଡି ଟାଇଟଲ ଜିତିବା ପରେ ମୁଁ ବହୁତ ଖୁସି ଅଛି। ଉତ୍ସାହ, ଖୁସି ଏବଂ ନର୍ଭସ ସବୁ ଏକାଠି ଅନୁଭବ କରୁଛି । ବିକିଙ୍କ ସାହାଯ୍ୟ ବିନା ଏହା ସମ୍ଭବ ହୋଇ ନଥାନ୍ତା। ଏହି ଶୋ’କୁ ଆସିବା ପରେ ଆମ ସମ୍ପର୍କକୁ ଆହୁରି ମଜବୁତ କରି ପାରିଛୁ।

Share