Categories: ଖେଳ

କୋହଲି-ସଚିନଙ୍କ ରେକର୍ଡ ନୁହେଁ, ଏହି କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି ପାକିସ୍ତାନ ଅଧିନାୟକ

ଇସଲାମାବାଦ୍‌,୧୨।୪:କ୍ରିକେଟ ଦୁନିଆର କେଉଁ ବଡ଼ ରେକର୍ଡ ପାକିସ୍ତାନ ଅଧିନାୟକ ବାବର ଆଜାମ ତାଙ୍କ କ୍ୟାରିଅରରେ ଭାଙ୍ଗିବାକୁ ଚାହୁଁଛନ୍ତି? ବାବର ଏ ସମ୍ପର୍କରେ ନିଜର ମତ ଦେଇଛନ୍ତି। ଭାରତୀୟ ପ୍ରଶଂସକମାନେ ବାବର ଦେଇଥିବା ଉତ୍ତର ଜାଣି ଆଶ୍ଚର୍ଯ୍ୟ ହେବେ। କାରଣ ସଚିନ କି କୋହଲି ନୁହେଁ, ଅନ୍ୟ ଜଣେ କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି।
କ୍ରିକେଟ ଦୁନିଆରେ ବାବର ଏବଂ କୋହଲିଙ୍କ ମଧ୍ୟରେ ବହୁତ ତୁଳନା କରାଯାଲ। ବାବର କ୍ରମାଗତ ଭାବରେ ନିଜ କ୍ୟାରିୟରରେ ଅନେକ ରନ ସ୍କୋର କରୁଛନ୍ତି ଏବଂ ଅନେକ ରେକର୍ଡ ଭାଙ୍ଗିଛନ୍ତି ।
ଏକ କାର୍ଯ୍ୟକ୍ରମରେ ସାକ୍ଷାତକାର ସମୟରେ ତାଙ୍କୁ ପଚରାଯାଇଥିଲା, ଆପଣ ନିଜ କ୍ୟାରିୟରରେ କେଉଁ ବଡ଼ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି? ଏହି ପ୍ରଶ୍ନର ଉତ୍ତରରେ ବାବର କହିଛନ୍ତି, ମୁଁ ପାକିସ୍ତାନ ପାଇଁ ସର୍ବାଧିକ ରନ ସ୍କୋରର ବ୍ୟାଟ୍ସମ୍ୟାନ ହେବାକୁ ଚାହୁଁଛି। ମୁଁ ଇଞ୍ଜି ଭାଇ ଅର୍ଥାତ୍‌ ଇଞ୍ଜାମାମ-ଉଲ-ହକଙ୍କ ରେକର୍ଡ ଭାଙ୍ଗିବାକୁ ଚାହୁଁଛି।

ଇଞ୍ଜାମାମ ଉଲ ହକ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପାକିସ୍ତାନ ପାଇଁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି। ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ କ୍ୟାରିୟରରେ ଇନଜାମାମ ଉଲ ହକଙ୍କର ମୋଟ ୨୦୫୪୧ ରନ ରହିଛି। ଏଥି ସହିତ ବାବର ଏପର୍ଯ୍ୟନ୍ତ ୨୭୮ଟି ଅନ୍ତର୍ଜାତୀୟ ମ୍ୟାଚରେ ମୋଟ ୧୩୩୨୫ ରନ ସଂଗ୍ରହ କରିଛନ୍ତି। ଏହାର ଅର୍ଥ ବାବର ନିଶ୍ଚିତ ଭାବରେ ଇଞ୍ଜାମାମ ଉଲ ହକଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ପାଇବେ।

Share