ବଲିଉଡ୍ ଅଭିନେତା ସଲମାନ ଖାନ୍ ଅର୍ଥାତ ଭାଇଜାନ୍ଙ୍କୁ କିଏ ବା ପସନ୍ଦ ନ କରେ। ଆଜିବି ତାଙ୍କ ଫିଲ୍ମକୁ ଦର୍ଶକ ପାଗଳ ଭଳିି ଅପେକ୍ଷା କରି ରହିଥାନ୍ତି। ବର୍ତ୍ତମାନ ଭାଇଜାନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ପାକିସ୍ତାନର ଅଭିନେତ୍ରୀ ମୀରା ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ମୀରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ସଲମାନଙ୍କ ସହ ବିବାହକୁ ନେଇ କହିଛନ୍ତି। ଏକ ସାକ୍ଷାତକାରରେ ମୀରା କହିଛନ୍ତି, ସେ ସଲମାନ ଖାନଙ୍କ ବିବାହ ପ୍ରସ୍ତାବକୁ ମନା କରିପାରିବେ ନାହିଁ । ଯଦିଓ ଏ ନେଇ ଭାଇଜାନ୍ଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ମୀରା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ପୂର୍ବରୁ ଜଣେ ବ୍ୟକ୍ତି ତାଙ୍କୁ ତାଙ୍କ ସ୍ତ୍ରୀ ବୋଲି ଦାବି କରିଥିଲେ। ପରେ ଏହା ପ୍ରମାଣିତ ହେଲା ଯେ, ମୀରା କେବେବି ତାଙ୍କ ସାଥୀ ନଥିଲେ।