ରାଉରକେଲା ଅଫିସ,୨୯।୩: ୫୨ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆର୍ଏସ୍ପିର ଷ୍ଟିଲ ମେଲ୍ଟିଙ୍ଗ ସପ୍-୨ ସାମୂହିକମାନଙ୍କ ଦ୍ୱାରା ମଙ୍ଗଳବାର ସୁରକ୍ଷାର ପଞ୍ଚରତ୍ନ ନାଟକ ମଞ୍ଚସ୍ଥ ହୋଇଛି। ଏଥିରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସ୍. ଆର୍. ସୂର୍ଯ୍ୟବଂଶୀ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ସୁରକ୍ଷାର ପଞ୍ଚରତ୍ନ ବା ପାଞ୍ଚ ଜୁଏଲ ଅଫ୍ ସେଫ୍ଟି ଡ୍ରାମା ଆଜ୍ଞାବହ, ଦକ୍ଷତା ଜ୍ଞାନ, ମନୋଭାବ ଓ ଦାୟିତ୍ୱର ୫ଟି ସୁରକ୍ଷା ଆନ୍ତରିକତା ଉପରେ ଆଧାରିତ ରହିଥିଲା। ନାଟକଟି ଆର୍ଏସ୍ପିର ସୁରକ୍ଷା ସହିତ ଜଡିତ କିଛି ପୁରସ୍କାର ଏବଂ ଯୋଜନା ଉପରେ ଆଧାରିତ ଥିଲା। ଏସ୍ଏମ୍ଏସ୍-୨ ବିଭାଗର ଜିଏମ୍ ଓ ଡିଏସ୍ଓ ଜେ. ବି. ଲୁଗୁନ ଏବଂ ସିନିୟର ମ୍ୟାନେଜର ଏ. ସି. ମହାରଣାଙ୍କର ଦ୍ୱାରା ଏସ୍ଏମ୍ଏସ୍-୨ ବିଭାଗର ସିଜିଏମ୍ ଟି. ପି. ଶିବଶଙ୍କର ଏବଂ ସୁରକ୍ଷା ବିଭାଗର ଜିଏମ୍ ଇନଚାର୍ଜ ଆଶା କାର୍ଥାଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ପ୍ରଭାକର ପାତ୍ର ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ମୋଟ ୧୭ଜଣ କର୍ମଚାରୀ ନାଟକରେ ଭାଗ ନେଇଥିଲେ।