ଗଞ୍ଜାମ ଥାନାଧିକାରୀଙ୍କୁ ଚ୍ୟାଲେଞ୍ଜ ରହିବ ଚଳିତ ପଞ୍ଚାୟତ ନିର୍ବାଚନ

ଗଞ୍ଜାମ,୧୦।୨(ଡି.ଏନ୍‌.ଏ.): ଆସନ୍ତା ୨୦ରେ ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଯେ କୌଣସି ରଣକୌଶଳ ଜାରି ରଖିଛନ୍ତି ।  ଗତ କିଛି ମାସ ହେବ ପ୍ରଥମ ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଗଞ୍ଜାମ ଥାନାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଭୁବନେଶ୍ୱର କମିଶନ୍‌ରେଟ ପୋଲିସ ଥିଲେ । ଚଳିତ ପଞ୍ଚାୟତ ନିର୍ବାଚନ ତାଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ ରହିବ । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଥାନା ଅଧିନସ୍ଥ ଅପରାଧ ପ୍ରବଣ ବୁଥ୍‌ଗୁଡିକ ଚି଼ହ୍ନଟ କରି ଉକ୍ତ ବୁଥ୍‌ ପ୍ରତି କଡ଼ା ନଜର ରଖା ଯାଇଥିବା ସେ କହିଛନ୍ତି। ୪ଟି ପାଟ୍ରୋଲିଂ ଗାଡି ସହାୟତାରେ ଅଭିଜ୍ଞ ଅଫିସରମାନଙ୍କୁ ନିୟୋଜିତ କରାଯାଇଛି ଏବଂ ଆଇଆଇସି ନିଜେ ଏହାର ମନିଟରିଂ କରିବେ ବୋଲି କହିଛନ୍ତି।

 

Share