ଭୁବନେଶ୍ୱର,୨୬।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଶନିବାର ଆରମ୍ଭ ହୋଇଯାଇଛି। ଏହି ଭୋଟ୍ ଗଣତି ତିନି ଦିନ ଧରି ଚାଲିବ। ଆଜି ପ୍ରଥମ ଦିନରେ ୩୧୫ଟି ଜିଲା ପରିଷଦ ଜୋନ୍ରେ ଗଣତି ହେଉଛି। ରାଜ୍ୟର ସମସ୍ତ ୩୧୪ ବ୍ଲକ୍ରେ ଗଣତି ବ୍ୟବସ୍ଥା ହୋଇଛି। ପ୍ରତି ପଞ୍ଚାୟତ ପାଇଁ ଗଣତି ସକାଶେ ଗୋଟିଏ ଟେବୁଲ୍ ବ୍ୟବସ୍ଥା କରାଯାଇଛି। ପ୍ରତି ଟେବୁଲ୍ରେ ଜଣେ କାଉଣ୍ଟିଂ ସୁପରଭାଜର ଦାୟିତ୍ୱରେ ଥିବା ବେଳେ ୨ ଜଣ ଲେଖାଏ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଛନ୍ତି। ସହାୟତା ପାଇଁ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟ ଅଛନ୍ତି। ରଙ୍ଗ ଅନୁସାରେ ବାଲାଟ୍ ପେପର ସଟିଂ ପରେ ଗଣତି ଚାଲିବ।