ଲୋକଙ୍କ ଅଭିଯୋଗ ଶୁଣିଲେ ପଞ୍ଚାୟତିରାଜ ମନ୍ତ୍ରୀ

ଛେଣ୍ଡିପଦା,୨୩।୬, (ଅଜିତ ଧଳ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଶନିବାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ଦୁର୍ଗାପୁର ଓ ଛେଣ୍ଡିପଦାଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଏହି ଅବସରରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ମନ୍ତ୍ରୀ ଓ ବିଧାୟକ ଦୁର୍ଗାପୁର ପଞ୍ଚାୟତ କାର୍ଯ୍ୟାଳୟ ଗସ୍ତ କରିଥିଲେ। ଦୁର୍ଗାପୁର ଗାଁରେ ଥିବା ୨୬ ଏକର ପୋଖରୀର ପୁନରୁଦ୍ଧାର, ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ସମେତ ରାସ୍ତାଘାଟ ଆଦି ସମସ୍ୟାର ସମାଧାନ କରିବା ପାଇଁ ଜନସାଧାରଣ ଦାବି କରିଥିଲେ। ଉକ୍ତ ସମସ୍ୟାର ସମାଧାନ ଉପରେ ପଦକ୍ଷେପ ନେବା ପାଇଁ ଛେଣ୍ଡିପଦା ବିଡିଓଙ୍କୁ ମନ୍ତ୍ରୀ ରବିନାରାୟଣ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମନ୍ତ୍ରୀ ନିର୍ବାଚନମଣ୍ଡଳୀର ପୁଟଗାଡ଼ିଆ ଠାରେ ଶ୍ୱଶୁର ଘରେ କିଛି ସମୟ ରହିବା ପରେ ଛେଣ୍ଡିପଦା ସଦର ମହକୁମାରେ ଥିବା ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ଛେଣ୍ଡିପଦା ମନ୍ଦିର କମିଟି ଓ ଗ୍ରାମ୍ୟ କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ ସେଠୀ, ଦୁର୍ଗାପୁର ସରପଞ୍ଚ ଜ୍ୟୋସ୍ନାମୟୀ ପ୍ରଧାନ, ଛେଣ୍ଡିପଦା ସରପଞ୍ଚ ସୁଦୀପ୍ତ ପ୍ରଧାନ, ଛେଣ୍ଡିପଦା ଗ୍ରାମ୍ୟ କମିଟି ସଭାପତି ଚନ୍ଦ୍ରମଣି ପ୍ରଧାନ, ମନ୍ଦିର କମିଟି ସଭାପତି ଲମ୍ବୋଦର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ପ୍ରଧାନ, ଜିଲା ପରିଷଦ ସଦସ୍ୟ ଯଶୋବନ୍ତ ପ୍ରସାଦ ପ୍ରଧାନଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନସେବାରୁ ରାଜନୈତିକ ସଫଳତା ମିଳିଛି: ସୁଦର୍ଶନ

ସମ୍ବଲପୁର ଜିଲା ରେଙ୍ଗାଲି ବିଧାନସଭା ସଂରକ୍ଷିତ ଆସନରୁ ପ୍ରଥମ ଥର ପାଇଁ ସୁଦର୍ଶନ ହରିପାଲ ବିଧାୟକ ହୋଇଛନ୍ତି। ବିଜେଡି ଟିକେଟରୁ ଲଢ଼ି ସେ ତାଙ୍କ ନିକଟତମ...

KIIT Controversy: ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ୍‌ କଲେ ବିଧାୟକ ବାବୁ ସିଂ

ଭୁବନେଶ୍ୱର,୨୧ା୨: କିଟ୍‌ ପ୍ରସଙ୍ଗରେ ବିଧାନସଭାର ମୁଲତବୀ ଆଲୋଚନା ବେଳେ ବାବୁ ସିଂ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କିଟ୍‌ କେଳେଙ୍କାରୀ ଅଭିଯୋଗରେ ଅଚ୍ୟୁତ ସାମନ୍ତଙ୍କୁ ଟାର୍ଗେଟ...

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା, ଟ୍ୟୁଶନ ସାର୍ ଗିରଫ

ପାଲଲହଡ଼ା,୨୧।୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ସଦରମହକୁମାଠାରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ପଢ଼ୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା...

ସଭାପତିଙ୍କ ନାଁ ଘୋଷଣା କଲା ଭାଜପା, ଏଣିକି ଓଡ଼ିଶାରେ ମୂଳଦୁଆ ମଜଭୁତ କରିବ ଦଳ

ଭୁବନେଶ୍ୱର, ୧୬।୨: ରାଜ୍ୟ ସଭାପତି ନିଯୁକ୍ତ ହେବ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ରବିବାର ୧୩ ଜିଲା ସଭାପତିଙ୍କ ନାଁ ଘୋଷଣା କରିଛି। ପୂର୍ବରୁ ୧୬ରୁ...

କ୍ଷମତାକୁ ଫେରିଲେ ବି ମୁଖ୍ୟମନ୍ତ୍ରୀ ହେବିନି, କାହିଁକି ଏମିତି କହିଲେ ଭକ୍ତ ଦାସ

ଭୁବନେଶ୍ୱର,୧୨ା୨: ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି। ଯେଉଁମାନେ କଂଗ୍ରେସକୁ ଫେରିବେ ଗ୍ରହଣ କରିବୁ। ବିନା ସର୍ତ୍ତରେ...

ଖୁଡ଼ୀ-ଝିଆରୀଙ୍କ ପାଟିରେ ସେଲୋଟେପ୍‌ ଲଗାଇ ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଅନୁଗୋଳ,୧୨ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବଅଁରପାଳ ଥାନା ଗଡ଼ସନ୍ଧି ପଞ୍ଚାୟତର ଭାଗବତପୁର ଗ୍ରାମରେ ମଙ୍ଗଳବାର ରାତିରେ ଖୁଡୀ ଓ ଝିଆରୀଙ୍କ ପାଟିରେ ସେଲଟେପ୍‌ ଲଗାଇ ତଣ୍ଟିରେ...

ଘର ଆଗରେ ବୁଲୁଥିଲେ ନାବାଳକ, ହଠାତ ବାଜିଲା ଗୁଳି, ପରେ…

ଅନୁଗୋଳ,୨।୧୨(ମାନସ ବିଶ୍ୱାଳ): ଘର ଆଗରେ ବୁଲୁଥିବାବେଳେ ନାବାଳକଙ୍କୁ ଗୁଳିମାଡ଼। ଏଭଳି ଅଭାବନୀୟ କାଣ୍ଡ ଘଟଛି ଅନୁଗୋଳ ନିଶା ଶିଳ୍ପାଞ୍ଚଳ ଥାନା ସାନ କେରଜଙ୍ଗ ଗାଁରେ।ନାବାଳକଙ୍କ ଜଂଘରେ...

୨ ଦିନ ହେବ ଥିଲେ ନିଖୋଜ: ଆଜି ପୋଖରୀରୁ ମିଳିଲା ମୃତଦେହ

ଅନୁଗୋଳ ଅଫିସ,୧୧।୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗାଁର ଅଭୟ ପଟ୍ଟନାୟକଙ୍କ ପୁଅ ପ୍ରଶାନ୍ତ ପଟ୍ଟନାୟକଙ୍କର ମୃତଦେହ ବନ୍ତଳା ଗାଁ ମୁଣ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image